Site icon Awaj Media

ବାଣପୁର ପଲଟନ ପଡିଆ ସହିଦ କୃତିବାସ ଭବନ ଠାରେ ପଣ୍ଡିତ ଗୋଦାବରୀଶ ମିଶ୍ର ୧୩୬ ତମ ଜୟନ୍ତୀ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଧୁନିକ ଓଡ଼ିଶାର ଅନ୍ୟତମ ନିର୍ମାତା ଏବଂ ସତ୍ୟବାଦି ଯୁଗର ସାରସ୍ୱତ ସାଧକ ତଥା ବିଶିଷ୍ଟ ସାହିତ୍ୟକ ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୧୩୬ ତମ ଜୟନ୍ତୀ ବୁଧବାର ଦିନ ବାଣପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଚିଲିକା ସାହିତ୍ୟ ସମାଜର ମିଳିତ ଆନୁକୁଲ୍ୟରେ ପଲଟନ ପଡିଆ ସହିଦ କୃତିବାସ ଭବନ ପରିସରରେ ନିରାଡମ୍ଭର ଭାବରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଡଃ ସତ୍ୟ ଷଡ଼ଙ୍ଗୀ, ନୃସିଂହ ପ୍ରସାଦ ମିଶ୍ର, ସଂଗ୍ରାମ କେଶରୀ ସାହୁ, କୌଳାସ ଚନ୍ଦ୍ର ମହାରଣା, ଲକ୍ଷ୍ମୀଧର ସୁବୁଦ୍ଧି, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ପ୍ରମୁଖ ଯୋଗଦେଇ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀ ସମ୍ପର୍କରେ ଆଲୋଚନା କରିବା ସହ ସାହିତ୍ୟ କୃତିର ସୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅପରାହ୍ନରେ ପୁରୁଷୋତ୍ତମ ମହାପାତ୍ରଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ନୃସିଂହ ପ୍ରଧାନ, ମୋହନ ମହାପାତ୍ର, ରାକେଶ ସାହୁ, ଅନନ୍ତ ଚରଣ ବାରିକ, ଶିଶିର କୁମାର ଦାସ ପ୍ରମୁଖ ସ୍ଵଚରିତ କବିତା ପାଠ କରିଥିଲେ । ପୂର୍ବାହ୍ନରେ ବଜାରରେ ଅବସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପ୍ରତିମୂର୍ତ୍ତି ରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Exit mobile version