Site icon Awaj Media

ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ.ବିରରାଜୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗୋମାଙ୍ଗ, ସହକାରୀ ଗୋଷ୍ଠୀ ଅଧିକାରୀ ଶିବାଜୀ କହଁର, ସହକାରୀ ଗୋଷ୍ଠୀ ଅଧିକାରୀ ଟି କିଶୋର କୁମାର ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଶ୍ମିତା ସାମଲ ପ୍ରଦାନ କରିଥିବା ବେଳେ ମଞ୍ଚକୁ ପରିଚାଳନା କରିଥିଲେ ସହକାରୀ ଗୋଷ୍ଠୀ ଅଧିକାରୀ ଟି କିଶୋର କୁମାର, ଏହି ସୁରଭି କାର୍ଯ୍ୟକ୍ରମରେ 8 ଗୋଟି କ୍ଲଷ୍ଟର ର ଛାତ୍ର ଛାତ୍ରୀ ଯୋଗଦେଇ ବକୃତା, ଡ୍ରାମା, ରଚନା , ସଂ।ସ୍କୃତିକ କାର୍ଯ୍ୟକ୍ରମ, କୁଇଜ ଏହିଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଯେଉଁମାନେ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲ୍ଲା ସ୍ତରରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି । ଏହି ଶିଶୁ ମହୋତ୍ସବର ଲକ୍ଷ୍ୟ ହେଲା ଶିଶୁ ମାନଙ୍କର ଲୁକ୍କାୟିତ କଳାକୁ ପ୍ରସ୍ଫୁଟିତ କରିବା । ବି. ଆର.ସି ତାପସ କୁମାର ଦେ, ସି.ଆର.ସି ନରେନ୍ଦ୍ର କୁମାର ଭୂୟାଁ, ସି. ଆର.ସି.ତାରେକେଶ୍ୱରି ଜେନା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ ।

Exit mobile version