Site icon Awaj Media

ବାଲିଗୁଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା : ସମସ୍ତେ ମିଳିମିଶି ବିଜୁ ଜନତା ଦଳକୁ ଆଗେଇ ନେବା- ବିଜୟ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟବ୍ୟାପୀ ଅକ୍ଟୋବର ଦୁଇ ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଗୁରୁବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ନିକଟସ୍ଥ ବିଜେଡ଼ି କାର୍ଯ୍ୟାଳୟ ସମୁଖରୁ ହଜାର ହଜାର ବିଜେଡ଼ି କର୍ମୀ ଓ ନେତା ଏକ ବିଶାଳ ପଦଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ସଭାଗୃହ ନିକଟରେ ପହଁଞ୍ଚିଥିଲେ । ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବାଲିଗୁଡ଼ା ବ୍ଲକ୍ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଏହି ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଜିଲ୍ଲା ପ୍ରଭାରୀ ବିଜୟ ନାୟକ, ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ସଭାପତି ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷ ଶାନ୍ତିଲତା ନାୟକ, ନାରୀ ନେତ୍ରୀ ପୁନମ କହଁର, ପୁର୍ବତନ ବିଧାୟକ ରାଜୀବ ପାତ୍ର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ନଗର ସାଂସଦ ପ୍ରତିନିଧି ଲୋକନାଥ ପାଢ଼ୀ , ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁ, କ.ନୂଆଗାଁ ବ୍ଲକ୍ ସଭାପତି ବାସୁଦେବ ପଣ୍ଡାଙ୍କ ସମେତ ବହୁ ନେତା ଓ ହଜାର ହଜାର ବିଜେଡ଼ି କର୍ମୀ ସାମିଲ୍ ହୋଇଥିଲେ । ରାଜ୍ୟ ସରକାରଙ୍କ ଓଡ଼ିଶା ବାସିଙ୍କ ପ୍ରତି ଭଲ ପାଇବା ଏବଂ ଜନସାଧାରଣଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା କିଭଳି ତୃଣମୂଳ ସ୍ତରରେ ପହଁଚାଇବା ସହ ସଙ୍ଗଠନକୁ ଆହୁରି ମଜଭୂତ କରିବାକୁ ହେବ ସେନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନେତା । ଯେଉଁ ସମୟରେ ନିର୍ବାଚନ ହେଲେ ମଧ୍ୟ ଆମେ ଲଢ଼ିବାକୁ ପ୍ରସ୍ତୁତ ଅଛୁ । ସମସ୍ତେ ମିଳିମିଶି ଦଳକୁ ଆଗେଇ ନେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ମଜବୁତ୍ କରିବା ବୋଲି କନ୍ଧମାଳ ପ୍ରଭାରୀ ବିଜୟ ନାୟକ କହିଛନ୍ତି ।

Exit mobile version