Site icon Awaj Media

ଆଉ ନାହାନ୍ତି ଧର୍ମପ୍ରାଣା ମହିଳା ସରସ୍ଵତୀ ମହାରଣା : ୪୨ ମୌଜାରେ ଶୋକ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଅନ୍ତର୍ଗତ ମିର୍ଜାଇପୁର ଗ୍ରାମର ମୂରବୀ, ସଂକୀର୍ତ୍ତନ ଗାୟକ ତଥା ଅବସର ପ୍ରାପ୍ତ ରେଭେନ୍ୟୁ କର୍ମଚାରୀ କେଳୁ ଚରଣ ମହାରଣାଙ୍କ ଧର୍ମପତ୍ନୀ ସରସ୍ଵତୀ ମହାରଣା (୬୫)ଙ୍କର ଦେହାନ୍ତ ଘଟିଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ସମୟରେ ଦିଅର ଗଣେଶ୍ୱର ମହାରଣା, ଯା ଅଞ୍ଜନା ମହାରଣା, ପୁତ୍ର ଲକ୍ଷ୍ମୀଧର ମହାରଣା, ବିଷ୍ଣୁ ମହାରଣା, ପୁତୁରା ବୁନୁ ମହାରଣା, ଝିଅ, ଜ୍ବାଇଁ, ନାତି ଓ ନାତୁଣୀ ଆଦି ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ସ୍ବର୍ଗତ ମହାରଣା ଜଣେ ଅତ୍ୟନ୍ତ ଧର୍ମପରାୟଣା, ମେଳାପୀ ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ ।

Exit mobile version