ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଏନଏସି ଠାରେ ବାଲୁଗାଁ ଅଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ଶ୍ରୀମତୀ ସ୍ୱପ୍ନାରାଣୀ ପାଢ଼ୀ, ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲକ୍ଷ୍ମୀଧର ସେଠି, ଅନିତା ସ୍ୱାଇଁ, ସୁଜାତା ପଣ୍ଡା, ମମତା ପଣ୍ଡା ଉପସ୍ଥିତ ରହି ସମସ୍ତ ଭିନ୍ନକ୍ଷମ ମାନଙ୍କୁ ସାଇକେଲ ବଣ୍ଟନ କରିଥିଲେ l ସେହିପରି ବାଣପୁର ବ୍ଲକ ର ବାଣପୁର ଅଞ୍ଚଳର ଭିନ୍ନକ୍ଷମ ମାନଙ୍କୁ ସାଇକେଲ, ହୁଇଲ୍ ଚେୟାର୍, ଶ୍ରବଣ ଯନ୍ତ୍ର ଆଦି ବଣ୍ଟନ କରାଯାଇଥିଲା। ବାଣପୁର ବ୍ଲକ ବିଡ଼ିଓ ଶ୍ରୀମତୀ ବୁଲବୁଲ ବେହେରା, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଖୋର୍ଦ୍ଧା ଜିଲ୍ଲା ଵଜୁ ଜନତା ଦଳ ର ସଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ ଏବଂ ସାଂସଦ ପ୍ରତିନିଧି ଯଦୁ ପ୍ରଧାନ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ସାଇକେଲ, ହୁଇଲ୍ ଚେୟାର୍, ଶ୍ରବଣ ଯନ୍ତ୍ର, ଆଦି ବଣ୍ଟନ କରିଥିଲେ ।
ବାଲୁଗାଁ ଏନଏସି ଓ ବାଣପୁର ବ୍ଲକ ଠାରେ ଭିନ୍ନକ୍ଷମ ମାନଙ୍କୁ ସାଇକେଲ ବଣ୍ଟନ !!!

