Site icon Awaj Media

ଚିଲିକା ବିଜୁ ଜନତା ଦଳ ତରଫରୁ ବଡ଼କୂଳ ଠାରୁ ଡୁଙ୍ଗୋମାଳ ପର୍ଯ୍ୟନ୍ତ ଜନ ସମ୍ପର୍କ ପଦଯାତ୍ରା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା କରାଯାଇଛି । ୬ ନମ୍ବର ଜୋନ୍ ବଡ଼କୂଳ ଠାରୁ ଡୁଙ୍ଗୋମାଳ ପଞ୍ଚାୟତ ପାନ୍ଥ ନିବାସ ପର୍ଯ୍ୟନ୍ତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାରୀ ନେତ୍ରୀ ଶ୍ରୀମତୀ ସ୍ଵାଗତିକା ଜଗଦ୍ଦେବ ଓ ୬ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ସବିତା ସୁନ୍ଦରାୟ ନେତୃତ୍ୱ ନେଇଥିଲେ ! ଏହି ବିଶାଳ ଜନ ସମ୍ପର୍କ ପଦଯାତ୍ରା ଖୋର୍ଦ୍ଧା ଜିଲ୍ଲା ଵିଜୁ ଜନତା ଦଳ ର ସଧାରଣ ସମ୍ପାଦକ ତଥା ବାଣପୁର ବ୍ଲକ ବିଧାୟକ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା, ବାଣପୁର ସାଂସଦ ପ୍ରତିନିଧି ଯଦୁ ପ୍ରଧାନ, ରାଜ୍ୟ ଵିଜୁ ଯୁବ ଜନତା ଦଳ ର ସଧାରଣ ସମ୍ପାଦକ ଜଗତ ବଲ୍ଲଵ ମହାରଥ , ୪ ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ମମତା ପାଇକରାୟ, ଚିଲିକା ବ୍ଲକ ଏମପି ପ୍ରତିନିଧି ପ୍ରଭାସ ସୁନ୍ଦରାୟ, ବିଜେଡ଼ି ସଂଗଠକ ଉତ୍ପଳ ପାଇକରାୟ, ଚିଲିକା ବ୍ଲକ ର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ବିଜେଡି ର ବହୁ କର୍ମୀ, ମହିଳା, ଛାତ୍ର, ଯୁବ ନେତା ଆଦି ଯୋଗ ଦେଇଥିଲେ ।

Exit mobile version