Site icon Awaj Media

ସାହିତ୍ୟ ସଂସ୍କୃତି ସେବାରେ ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପବିତ୍ର ଦୀପାବଳୀ ତିଥିରେ କଟକ ସାଦର ପରମହଂସ ପଞ୍ଚାୟତ ଅନ୍ତର୍ଗତ ମା କୋଚିଲେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଅବସର ପ୍ରାପ୍ତ ଶିକ୍ଷକ, ଲେଖକ ତଥା କବି ଶ୍ରୀ ଚୈତନ୍ୟ ରାଉତଙ୍କ ସଭାପତିତ୍ବରେ ସ୍ଥାନୀୟ ଅଞ୍ଚଳର କିଛି ସାରସ୍ଵତ ପ୍ରତିଭା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଶିଶୁ ତଥା ଯୁବ ସାରସ୍ଵତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ମାତୃଭାଷାର ପ୍ରଚାର ପ୍ରସାର ନିମନ୍ତେ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବା । ଏହି ମହତ୍ ଲକ୍ଷ୍ୟକୁ ଦୃଷ୍ଟିରେ ରଖି “ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ” ନାମରେ ଏକ ଅନୁଷ୍ଠାନ ଗଠନ କରାଗଲା । ଏହାର କର୍ମକର୍ତ୍ତା ଭାବେ ଚୈତନ୍ୟ ରାଉତ ସଭାପତି, ବାସୁଦେବ ନାୟକ ଉପସଭାପତି, ଅର୍ଚ୍ଚନା ପ୍ରିୟଦର୍ଶିନୀ ପାତ୍ର ଉପ ସଭାପତି, ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ସମ୍ପାଦିକା, ଡେଜି ରାଉତ, ଦୀପକ୍ ଭୋଇ ସହ ସମ୍ପାଦକ, ରୂପାଲି ଭୋଇ ପାଠାଗାର ସମ୍ପାଦିକା ଓ ସରିତା ମହାପାତ୍ର, ରଶ୍ମିତା ନାୟକ ଓ ବିଭୁଦତ୍ତ ନାୟକଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଚୟନ କରାଗଲା । ଏହି କର୍ମକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଓ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜିବା ପାଇଁ ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ସମସ୍ତଙ୍କୁ ନିବେଦନ କରିଥିଲେ । ଶେଷରେ ଉପସଭାପତି ବାସୁଦେବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version