Site icon Awaj Media

ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ଵାଚନ ମଣ୍ଡଳୀ ରେ ବିଜେଡିର ଜନସମ୍ପର୍କ ପଦଯାତ୍ରା !!!

Spread the love

ଦଶପଲ୍ଲା ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ବିଜୁ ଜନତା ଦଳ ର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଦଶପଲ୍ଲା ମହାବୀର ମନ୍ଦିର ରୁ ପୂଜା ସାରି ନୂଆଗାଁ ବ୍ଲକ, ଗଣିଆ ବ୍ଲକ, ଦଶପଲ୍ଲା ଏନଏସି ରୁ ପାଖାପାଖି ୧୫ ହଜାର ରୁ ଅଧିକ ଲୋକ ରମେଶ ଭାଇ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନ ଦେଇ ପଦଯାତ୍ରା କରିବା ପରେ ଦଶପଲ୍ଲା ଛକ ପାଖ ମେଳିଆ ତୋଟା ରେ ସଭା ର ଆୟୋଜନ ହୋଇଥିଲl l କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ଙ୍କ ସହ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଡ଼ :ଅରୁଣ ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ଜେନା, କନ୍ଧମାଳ ସାଂସଦ ଡ଼ ଅଚ୍ୟୁତାନନ୍ଦ ସାମନ୍ତ, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ , ସମସ୍ତ ଜିଲ୍ଲା ପରିଷଦ, ସମସ୍ତ ବ୍ଲକ ଅଧକ୍ଷ , ଉପାଧ୍ୟାକ୍ଷ, ସରପଞ୍ଚ, ସମିତି, ମହିଳା, ଯୁବ, ଛାତ୍ର, ବରିଷ୍ଠ ନେତୃମଣ୍ଡଳୀ ! ବିଶାଳ ଶକ୍ତି ପ୍ରଦର୍ଶନ କରିଥିଲା ଦଶପଲ୍ଲା ବିଜେଡି, ଦଶପଲ୍ଲା ବିଧାୟକ ରମେଶ ବେହେରା ଙ୍କ ନେତୃତ୍ୱ ରେ ଏଭଳି ଜନ ସମାଗମ କୁ ଦେଖି ସମସ୍ତ ଅତିଥି ଅନେକ ଅନେକ ପ୍ରଂଶଂସା କରିଥିଲେ l

Exit mobile version