Site icon Awaj Media

ଗଜପତିରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲାସ୍ତରୀୟ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତିୟ ବିପର୍ଯ୍ୟୟ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମାଠାରେ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ସକାଳ ୭ ଘଣ୍ଟା ୩୦ ମିନିଟ୍ ସମୟରେ ଏକ ସଚେତନତା ଶୋଭାଯାତ୍ରା କୁ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଓ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ନାୟକ ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୨୦ ଜଣରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅଗ୍ନିଶମ ବିଭାଗ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଶମନର ଜନସାଧରଣଙ୍କୁ ବିପର୍ଯ୍ୟୟ ସମୟରେ କିପର ଉଦ୍ଧାର କରାଯାଇ ପାରିବ ତାହାର ଏକ ଡ୍ରିଲ ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମହାନ୍ତି ଓ ଅଗ୍ନିଶମ ହାବେଲଦାର ରାଜେନ୍ଦ୍ର କୁମାର ସ୍ବାଇଁଙ୍କ ତତ୍ତ୍ୱାବଧାନରେ ଦେଖାଇଥିଲେ ।

ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆର୍ସେଟି ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଜିଲ୍ଲା ଜରୁରକାଳୀନ ଅଧିକାରୀ ଜୟଦ୍ରତ ଆଚାର୍ଯ୍ୟ ଏବଂ ପ୍ରଦୋଷ ଶତପଥୀ, ଜିଲ୍ଲା ଜରୁରୀକାଳୀନ ପ୍ରୋଗ୍ରାମ ମ୍ୟାନେଜର ଯୋଗଦାନ କରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସତର୍କତା ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ମାନଙ୍କୁ ଅତିଥି ମାନେ ସଚେତନତା କରାଇଥିଲେ । ଗତ ବାତ୍ୟା ସମୟରେ ସମସ୍ତ ସରକାରୀ ଅଧିକାରୀ ଏବଂ ଜନସାରଣଙ୍କ ମିଳିତ ସହଯୋଗରେ ଜିଲ୍ଲା ପ୍ରଶାସନ ତରଫରୁ ଏହାର ସଫଳ ମୁକାବିଲା କରାଯାଇଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଆଲୋକପାତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବକୃତା, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଏ.ଆଇ.ଟି.ଡିଏ ଫାଲଗୁନି ମାଝୀ, ଡେପୁଟି କଲେକ୍ଟର ନଟବର ଗରଡ଼ା, ଶ୍ରୀମତୀ ନର୍ମଦା ନାୟକ, ଜ୍ଞାନ ରଞ୍ଜନ ମାଝୀ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ , ଛାତ୍ରଛାତ୍ରୀ ସହରର ବରିଷ୍ଠ ନାଗରିକ, ବିଭାଗୀୟ ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

Exit mobile version