Site icon Awaj Media

ଉଦଘାଟିତ ହେଲା ନୟାଗଡ଼ କଲେଜ ଖେଳପଡ଼ିଆ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କ୍ରୀଡ଼ା ର ବିକାଶ ପାଇଁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ଖେଳ ପଡ଼ିଆକୁ ଉଦଘାଟନ କରିଛନ୍ତି ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ । ଏହି ଅବସରରେ ଆୟୋଜିତ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚରେ ରେଫରି ହେଲେ ଅରୁଣ ! ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୮୦ଲକ୍ଷ ଟଙ୍କା ବ୍ୟୟରେ ଖେଳପଡ଼ିଆ କାମ ରୂପାନ୍ତରିତ କରାଯାଇଥିଲା । ଏଥି ସହିତ ୨୩ ଲକ୍ଷ ଟଙ୍କା ବ୍ୟୟରେ ଏକ ଡ୍ରେସ ଚେଞ୍ଜ ରୁମ୍ ନିର୍ମାଣ କରାଯାଇଛି । ଏହି ଅବସରରେ ଡ଼ଃ. ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକାଳୀନ ଦୁଇଟି ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଖେଳ ପଡ଼ିଆ ଉଦଘାଟନ ହେବା ସହ ଏହି ପଡ଼ିଆରେ ସାମ୍ବାଦିକ ଏକାଦଶ ଓ କଲେଜ ଅଧ୍ୟାପକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ବିଧାୟକ ଡ଼ଃ. ସାହୁ ରେଫରି ଭାବେ ମ୍ୟାଚକୁ ପରିଚାଳନା କରିଥିଲେ । କଲେଜ କର୍ମଚାରୀ ୪ – ୧ ଗୋଲରେ ସାମ୍ବାଦିକ ଏକାଦଶକୁ ହରାଇ ମ୍ୟାଚ ଜିତିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ମିଶ୍ର, ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ହୀରକ ଜୟନ୍ତୀ ଆବାହକ ବିଶ୍ୱନାଥ ମହାପାତ୍ର, ସଦସ୍ୟ ଏମ. ଆଉରଙ୍ଗଜେବ, ଉମର ମଲ୍ଲିକଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ନୂଆରୂପ ଦେବା ପାଇଁ ବିଧାୟକଙ୍କ ପ୍ରଚେଷ୍ଟା ସଫଳ ହେଉଥିବା ବେଳେ ମହାବିଦ୍ୟାଳୟ ନୂଆ ରୂପରେ ଶୋଭା ପାଉଛି ।

Exit mobile version