ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଣପୁର ରୁ ପ୍ରକାଶ ପାଉଥିବା ମାସିକ ପତ୍ରିକା ବାଇକଣ୍ଟିଆ ଶୁଭ ମଙ୍ଗଳ ମଧୁମୟ ସ୍ଥଳ ବାଣପୁର ସଭାଗୃହରେ ଉନ୍ମୋଚିତ ହୋଇଯାଇଛି l ଏହି ଉନ୍ମୋଚନ ସଭା ସମାଜସେବୀ ମଦନ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଉନ୍ମୋଚନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଭିକାରି ଚରଣ ପ୍ରଧାନ, ବାଇକଣ୍ଟିଆ ସମ୍ପାଦକ ଦେବରାଜ ସାହୁ, ନାଟ୍ୟ ନିର୍ଦେଶକ ଜିତେନ୍ଦ୍ର ପଟ୍ଟନାୟକ, ପୂର୍ବତନ ଅଧକ୍ଷ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ନୃସିଂହ ଚରଣ ପ୍ରଧାନ ଓ କବି ଦିଗମ୍ବର ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଦିଗମ୍ବର ବିଶ୍ୱାଳ ପରିଚାଳନା କରିଥିବା ବେଳେ ଆଇନଜୀବି ଶେଷଦେବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l
ବାଣପୁର ରୁ ପ୍ରକାଶିତ ମାସିକ ପତ୍ରିକା ବାଇକଣ୍ଟିଆ ର ସ୍ୱତନ୍ତ୍ର ସଂଖ୍ୟl ଉନ୍ମୋଚିତ !!!

