Site icon Awaj Media

ନେହୁର ଯୁବକେନ୍ଦ୍ର କଟକ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ନେହୁର ଯୁବକେନ୍ଦ୍ର କଟକ ଓ ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ମିଳିତ ସହଯୋଗରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚକାପଦା ଠାରୁ ମନ୍ତ୍ରୀସାହି ରାସ୍ତାର ଅଖଣ୍ଡେଶ୍ୱର ଶିବ ମନ୍ଦିର ଯିବା ପାଇଁ ପ୍ରବେଶ ଦ୍ୱାର ରାସ୍ତାର ଉଭୟ ପାର୍ଶ୍ୱ କୁ ଯୁବ ବନ୍ଧୁମାନଙ୍କ ଦ୍ୱାରା ସଫେଇ କରାଯାଇଥିଲା । ନେହୁର ଯୁବକେନ୍ଦ୍ର ସଂଗଠନ କଟକର ଉପନିର୍ଦ୍ଦେଶକ ଅଶୋକ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତକୁ ପ୍ଲାଷ୍ଟିକ୍ ମୁକ୍ତ ତଥା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ । ପରିଷଦର ସଭାପତି ନିରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ପ୍ରଦୀପ କୁମାର ଜେନା, ଅଶୋକ କୁମାର ଗିରି, ଗୋପବନ୍ଧୁ ସାହୁ, ଲଲାଟେନ୍ଦୁ ପଣ୍ଡା, ଅର୍ପିତ କୁମାର ସାମଲ, ରିଙ୍କୁ ମହାପାତ୍ର, ଅବନ୍ତୀ ରଣା, ରାଜେଶ କୁମାର ମହାପାତ୍ର, ପ୍ରବଣ କୁମାର ସେଠୀ ଓ ନିରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପରିଷଦର ଆବାହକ ଅକ୍ଷୟ କୁମାର ସାମଲ, ଅଖଣ୍ଡକ୍ଷେତ୍ରର ପ୍ରତିଷ୍ଠାତା ଧୃବ ଚରଣ ରଣା ଓ ପ୍ରଦୀପ କୁମାର ରଣା ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିବା ଯୁବକ ମାନଙ୍କୁ ସାଧୁବାଦ ଜଣାଇଥିଲେ ।

Exit mobile version