Site icon Awaj Media

ପୂଜ୍ୟପୂଜା ପରମ୍ପରା ଆମ ସଂସ୍କାର ଆମ ସ୍ୱାଭିମାନ : ସଂଗଠକ ଇଂ.ଅଶୋକ କୁମାର ବିଶ୍ବାଳ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ୍ ଅନ୍ତର୍ଗତ ଖଲର୍ଦ୍ଦା ଗ୍ରାମର ଆଧ୍ୟାତ୍ମିକବାଦୀ ଶତାୟୁ ପୁରୁଷ ତଥା ଗ୍ରାମର ବରିଷ୍ଠ ମୂରବୀ ନାରାୟଣ ପରିଡ଼ାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୌଜା ସ୍ଥିତ ପଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ରତିଷ୍ଠାନର ସଭାପତି ଇଂ.ଅଶୋକ କୁମାର ବିଶ୍ଵାଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଉପଦେଷ୍ଟା ସରୋଜ ନଳିନୀ ପରିଜା, ଉପ ସଭାପତି ପ୍ରଭାତ କୁମାର ଖଟୁଆ, ବରିଷ୍ଠ ସଭ୍ୟ ଉପେନ୍ଦ୍ର ବାରିକ, ଭାସ୍କର ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରିୟ ରଂଜନ ଖଟୁଆ, ସମିତି ସଭ୍ୟ ବିନୋଦ ବେହେରା, ସମାଜସେବୀ ବୁଲେଇ ବେହେରା ଏବଂ ସାରସ୍ଵତ ସାଧକ ନାରାୟଣ ପରିଡ଼ାଙ୍କ ଆତ୍ମୀୟ ସ୍ୱଜନ କ୍ଷୀରୋଦ ବେହେରା, ବୀଣାପାଣି ପରିଡ଼ା, କଳ୍ପନା ପରିଡ଼ା, ଜ୍ୟୋତ୍ସ୍ନାରାଣୀ ପରିଡ଼ା, ଦେବରାଜ ପରିଡ଼ା, କିଶୋର କୁମାର ପରିଡ଼ା, ସବିତା କୁମାରୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ସେହି ଅଞ୍ଚଳର ବରିଷ୍ଠ ରାଜନେତା ଶେଷଦେବ ପାତ୍ର, ସମାଜସେବୀ ବେଣୁଧର ମୂଳିଆ, ସମିତି ସଭ୍ୟ ଇତିଶ୍ରୀ ସ୍ୱାଇଁ, ଖଲର୍ଦ୍ଦା ସରପଞ୍ଚ ଦୀପକ କୁମାର ମହାନ୍ତି, ଯୁବନେତା ମନୋରଞ୍ଜନ ପରିଡ଼ା ଓ ପୀତବାସ ନାୟକ ଆଦି ବ୍ୟକ୍ତିତ୍ଵଙ୍କୁ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ସ୍ଥଳେ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version