Site icon Awaj Media

ଶାନ୍ତିଶୃଙ୍ଖଳାରେ ସରିଲା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାନ୍ତିଶୃଙ୍ଖଳା ରେ ସରିଲା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ! ମତଦାନ ସରିବା ପରେ ନୟାଗଡ଼ ଏସ୍ଏଲଡିସି ଠାରେ ଭୋଟ ଗଣତି ହୋଇଥିଲା । ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ ହୋଇଥିବା ୫ ଟି ଜୋନର ଭୋଟ ଗଣତି ହୋଇଥିଲା । ଜୋନ୍‌ ନମ୍ବର ୩ ରେ ପ୍ରାର୍ଥୀ ସନ୍ୟାସୀ ପ୍ରଧାନ, ଜୋନ୍ ନମ୍ବର ୪ ରେ ନୟାଗଡ଼ ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଜୋନ ନମ୍ବର ୬ ରେ ଉପେନ୍ଦ୍ର କୁମାର ସାହୁ , ଜୋନ୍ ନମ୍ବର ୧୦ ରେ ମହେଶ୍ବର ବେହେରା , ଜୋନ୍ ନମ୍ବର ୧୧ରେ ସୂର୍ଯ୍ୟମଣୀ ସ୍ବାଇଁ ବିଜୟୀ ହୋଇଥବା ନିର୍ବାଚନ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି । ପୂର୍ବରୁ ୧୦ ଟି ଜୋନରେ ବିଜେଡି ସମର୍ଥୀତ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ ଆଜି ନିର୍ବାଚନରେ ବିଜେଡି ଖାତାକୁ ୪ ଓ ବିଜେପି ଖାତାକୁ ୧ ଟି ପଦ ଯାଇଛି । ବରିଷ୍ଠ ବିଜେପି ନେତା ସନ୍ୟାସୀ ପ୍ରଧାନ ବିଜୟ ଲାଭ କରିଥିବା ବେଳେ ଅନ୍ୟ ୧୪ ଟି ପଦ ବିଜେଡି ଖାତାକୁ ଯାଇଛି ।

 

Exit mobile version