Site icon Awaj Media

ବାଣପୁର ସାନହନ୍ତୁଆଡ଼ ଗ୍ରାମରେ ରାମଚେଲା ମଠ ତରଫରୁ ଶ୍ରୀରାମ କଥା ପ୍ରବଚନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ସାନହନ୍ତୁଆଡ଼ ଗ୍ରାମରେ ଆଜି ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ କୀର୍ତ୍ତନ ମଣ୍ଡଳୀ କମିଟି ପକ୍ଷରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରଦ୍ଧାଳୁ ମାନେ ପୂର୍ବାହ୍ନରେ ରଘୁନାଥ ଦେବଙ୍କ ମନ୍ଦିର ପରିସରରୁ ଏକ ବିରାଟ ଶୋଭାଯାତ୍ରାରେ କଳସ ନେଇ ସାନହନ୍ତୁଆଡ଼ ଗାଁ ଓ ବଜାର ପରିକ୍ରମା କରି ଶ୍ରୀ ଶ୍ରୀ ରଘୁନାଥ ଦେବ ଙ୍କ ମନ୍ଦିରଠାରେ ପହଞ୍ଚିଥିଲେ । ପ୍ରତିଦିନ ସକାଳୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଶ୍ରୀରାମ ନାମ ସଂକୀର୍ତ୍ତନ ଓ ଅଖଣ୍ଡ ପାରାୟଣ ପରେ ମନ୍ଦିର ପୁଷ୍କରିଣୀରେ ପୂଜାର୍ଚ୍ଚନା କରି ସମସ୍ତ ଶ୍ରଦ୍ଧାଳୁ ମାନେ କଳସରେ ଜଳ ନେଇ ପୁନଶ୍ଚ ରଘୁନାଥ ଦେବଙ୍କ ମନ୍ଦିରରେ ପହଞ୍ଚିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆଜି ଠାରୁ ୭ ଦିନ ଧରି ପ୍ରତ୍ୟେହ ସଂଧ୍ୟାରେ ଶ୍ରୀରାମକଥା ପ୍ରବଚନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଉକ୍ତ ପ୍ରବଚନରେ ପ୍ରବକ୍ତା ଭାବେ ଯୋଗଦେବେ ମଙ୍ଗଳଦାସ ମହାରାଜ ଓ ଅନ୍ତର୍ଯ୍ୟାମୀ ଦାସ ମହାରାଜ । ଅନୁରୂପ ଭାବେ ବଡଓଷା ଦିନ ୧୦୮ ଥର ସାମୁହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଶ୍ରୀରାମଚରିତ ମାନସ କୀର୍ତ୍ତନ ମଣ୍ଡଳୀ କମିଟି ପକ୍ଷରୁ ଆୟୋଜନ କରାଯାଇଛି ।

Exit mobile version