Site icon Awaj Media

ଜାତୀୟ କଂଗ୍ରେସ ର ଭାରତ ଯୋଡୋ ଯାତ୍ରା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅକ୍ଟୋବର 31 ତାରିଖ, ଇନ୍ଦିରା ଗାନ୍ଧୀ ଙ୍କ ବଳିଦାନ ଦିବସରୁ ଓଡ଼ିଶାରେ ଆରମ୍ଭ ହୋଇଛି ପରିବର୍ତ୍ତନ ଯାତ୍ରା ! ଏହି କାର୍ଯ୍ୟକ୍ରମ ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହୋଇ ଲକ୍ଷେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଚାଲିଥିଲା ! ଭାରତ ଯୋଡୋ ଯାତ୍ରା ର ଏହା ଅଂଶ ବିଶେଷ l ଏକ ଲମ୍ବା ଯାତ୍ରା l ଚାଲିବ 2250 କିମି l 100 ଦିନର ଯାତ୍ରା l ଭିନ୍ନ ଏକ ଓଡିଶା ଗଠନର ଲକ୍ଷ୍ୟ ନେଇ ଏହି ଯାତ୍ରା ଆୟୋଜିତ ହେଉଛି ପିସିସି ସଭାପତି ଶରତ ପଟନାୟକ ଙ୍କ ନେତୃତ୍ୱରେ l ଆଜି ର ପଦଯାତ୍ରା ରେ ଓଡ଼ିଶା ପ୍ରଭାରୀ ଚେଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ, ବିଧାୟକ ସୁରେଶ ରାଉତରାୟ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦନା ପରିଡ଼ା, ଯୁବ କଂଗ୍ରେସ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲୋଙ୍କା, କଟକ ଜିଲ୍ଲା ସଭାପତି ମାନସ ଚୈଧୁରୀ, ମନୋରଞ୍ଜନ ମିଶ୍ର, ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ରବି ମଲ୍ଲିକ, ଲୋକନାଥ ମହାରଥୀ, ବାଙ୍କନିଧି ବେହେରା, ପ୍ରସାଦ ହରିଚନ୍ଦନ, ଆର୍ଯ୍ୟ କୁମାର , ସୁଦର୍ଶନ ଦାସ, ନବଜୋତି ପଟ୍ଟନାୟକ, ଡ଼ଃ ଦେବାଶିଷ ପଟ୍ଟନାୟକ, ସୁବୋଧ ମହାନ୍ତି, ସାଗର ରଞ୍ଜନ ପରିଡ଼ା ଏବଂ ବହୁ ଛାତ୍ର ନେତା ଓ ବୁଦ୍ଧିଜୀବି ସାମିଲ ହେଇଥିଲେ ।

Exit mobile version