Site icon Awaj Media

ଧାନଚାଙ୍ଗଡା ଗ୍ରାମରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ଧାନଚାଙ୍ଗଡା ଗ୍ରାମରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ପୁରୁଷ ଓ ମହିଳା ମାନେ ଶୋଭାଯାତ୍ରାରେ କୁଆରୀ କୁସୁମୀ ନଦୀର ଦୋମୁହାଁ ଘାଟରୁ ୩୦୮ କଳସ ଯାତ୍ରା କରିଥିଲେ । ନାମ ସ°କୀର୍ତ୍ତନ ମାଧ୍ୟମରେ କଳସ ଯାତ୍ରା କରି ବାବା ବାଲୁଙ୍କେଶ୍ୱରଙ୍କ ମନ୍ଦିର ପରିସରରେ ସ୍ଥାପନ କରିଥିଲେ । ଧାନଚାଙ୍ଗଡା ଗ୍ରାମର ବିଜୟ କୁମାର ସ୍ୱାଇଁ ଓ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବରେ ବସିଥିଲେ । ପଣ୍ଡିତ ପ୍ରଦୀପ୍ତ କୁମାର କର ହୋମଯଜ୍ଞ ଓ ପୂଜାର୍ଚ୍ଚନା କରିଥିଲେ । ଏହି ରତ୍ନମୁଦ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ , ବିଜୁଜନତା ଦଳର ଛାତ୍ର ନେତା କିଷ୍ଣା ମହାନ୍ତି , ପୂର୍ବତନ ଗ୍ରାମ୍ୟ କମିଟିର ସଭାପତି ପ୍ରମୋଦ କୁମାର ମହାନ୍ତି ଓ ପଞ୍ଚାୟତର ୱାର୍ଡ ସଭ୍ୟ , ସମସ୍ତ ଗ୍ରାମବାସୀ ଓ ପାଖ ପଡୋଶୀ ଗ୍ରାମର ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ ।

 

Exit mobile version