Site icon Awaj Media

ମର୍ଦ୍ଦାବାଡି ଗ୍ରାମ ଶ୍ରୀରାଧାଗୋବିନ୍ଦ ଦେବଙ୍କ ପୀଠରେ ଶ୍ରୀମଦଭାଗବତ ଆଲୋଚନା !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ମର୍ଦ୍ଦାବାଡି ଗ୍ରାମର ଶ୍ରୀରାଧାଗୋବିନ୍ଦ ଦେବଙ୍କ ପୀଠରେ ଗ୍ରାମର ମହିଳା ମାନଙ୍କ ଆୟୋଜନରେ ଶନିବାର ସନ୍ଧ୍ୟା ଠାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଶ୍ରୀମଦଭାଗବତ ଆଲୋଚନା । ଉକ୍ତ ମହାସଭାରେ ବ୍ୟାସଦେବଙ୍କ ରଚିତ ଶ୍ରୀମଦ ଭାଗବତ ମହାପୁରାଣର ଦଶମ ସ୍କନ୍ଧର ଅଷ୍ଟମ ଅଧ୍ୟାୟ ( ଭଗବାନ୍ ଶ୍ରୀକୃଷ୍ଣ ଓ ବଳରାମଙ୍କର ନାମ କରଣ ସଂସ୍କାର ତଥା ବାଲ୍ୟଲୀଳା ) ଆଲୋଚନା ହେଇଥିଲା । ଉକ୍ତ ଭାଗବତ ସଭାରେ ସନାତନ ପଣ୍ଡାଙ୍କ ସଭାପତିତ୍ୱରେ ସଭା ପରିଚାଳନା ହୋଇଥିଲା । ଆଲୋଚନାରେ ପଣ୍ଡିତ ଡଃ ଅଖିଳେଶ ପ୍ରସାଦ ପଣ୍ଡା, ପଣ୍ଡିତ ରଞ୍ଜନ ଦାଶ, ପଣ୍ଡିତ ଶ୍ରୀ କୈଳାସ ନାଥ ପଣ୍ଡା, ପଣ୍ତିତ ତପନ କୁମାର ପଣ୍ଡା, ପଣ୍ଡିତ ଶରତ ଚନ୍ଦ୍ର ପଣ୍ଡା, ପଣ୍ଡିତ କୁମାର ପୃଷ୍ଟି ଓ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା , ପଣ୍ଡିତ ଶ୍ରୀକାନ୍ତ କୁମାର ଦାସ , ପଣ୍ଡିତ ଗୈ।ରହରି ପଣ୍ଡା ଅଂଶ ଗ୍ରହଣ କରିଥିଲେ । ଉକ୍ତ ସଭାରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

 

Exit mobile version