ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଗଜପତି ଏମଆଇ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶାଖାର ଚାଳିଶରୁ ଉର୍ଦ୍ଧ୍ବ ଇଞ୍ଜିନିୟର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ । ଶାଖା ସଭାପତି ରୂପେ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ସମ୍ପାଦକ ରୂପେ ଇଞ୍ଜିନିୟର ଶିବ ପ୍ରସାଦ ପାଳ ନିର୍ବାଚିତ ହୋଇଥିଲେ । ଆଜିର କାର୍ଯ୍ୟକ୍ରମରେ ସଂଘ ଗୃହ ଶିଘ୍ର ସମ୍ପୂର୍ଣ୍ଣ କରିବାକୁ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ରୀୟ ସଭାପତି ଇଞ୍ଜିନିୟର ଶ୍ରୀକାନ୍ତ ମହାପାତ୍ର ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସମସ୍ତ ସଭ୍ୟ / ସଭ୍ୟା ମରଣୋତ୍ତର ରାଶି ପ୍ରଦାନ କେନ୍ଦ୍ରୀୟ ସଂଘ ବନ୍ଦ କରିଥିବାରୁ କ୍ଷୋଭ ପ୍ରକାଶ କରିଥଲେ । ନିକଟରେ ଇହଧାମ ତ୍ୟାଗ କରିଥିବା ଇଞ୍ଜିନିୟର ଶ୍ରୀ ରାଉଳଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଓ ତାଙ୍କର ମରଣୋତ୍ତର ରାଶି ତାଙ୍କ ପରିବାରକୁ ପ୍ରଦାନ କରିବାକୁ କେନ୍ଦ୍ରୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ କରା ଯାଇଥିଲା । ଶେଷରେ ଅତିରିକ୍ତ ଜୋନାଲ ସମ୍ପାଦକ ଇଞ୍ଜିନିୟର କେ . ନାଗେଶ୍ଵର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ବାର୍ଷିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ !!!

