କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଓଡ଼ିଶା ର ଜନପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଏକମାସ ବ୍ୟାପୀ ସାରା ରାଜ୍ୟରେ ପଦଯାତ୍ରା ଓ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ଏକ ପଦଯାତ୍ରା , ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାଟକୁରା ନିର୍ବାଚନ ମଣ୍ଡଳୀ ତେଣ୍ଡାକୁଡ଼ା ପଞ୍ଚାୟତରେ ଅନୁଷ୍ଟିତ ହୋଇଯାଇଛି । ପଦଯାତ୍ରା ପରେ ପରେ ତେଣ୍ଡାକୁଡ଼ା ସରପଂଚ ମାନସ ରାଉତ ଙ୍କ ସଭାପତିତ୍ବ ରେ ଫଜଲ୍ ହକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାକୁ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ବିଜୁ ପଟ୍ଟନାୟକ ଙ୍କ ଫଟୋ ରେ ପୁଷ୍ପ ପ୍ରଦାନ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ଆଜିର ଏହି ସଭାରେ ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ , ରାଜ୍ୟ ବିଜେଡି ମହିଳା ଉପ-ସଭାପତି ମଞ୍ଜୁବାଳା ଜେନା , 24 ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରମୋଦ ରଥ , 9 ନମ୍ବର ଜୋନ ଜିଲ୍ଲା ପରିଷଦ ଏଲିଜା ସ୍ୱାଇଁ , ବ୍ଲକ ସଭାପତି ଶଶାଙ୍କ ପରିଡ଼ା , ଶୟଦ୍ ଜମିଲ ଅଫତର , ବ୍ଲକ ବିଜେଡି ମହିଳା ସଭାନେତ୍ରୀ ସୁଦୁସ୍ମିତା ଲେଙ୍କା ଓ ସମାଜସେବୀ ପ୍ରବିତ୍ର କୁମାର ପାଣି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଶିବିରରେ 110 ୟୁନିଟ ରୁ ଅଧିକ ରକ୍ତ ସଂଗୃହିତ ହୋଇଥିଲା ।
ବିଜେଡି ର ପଦଯାତ୍ରା ଓ ରକ୍ତଦାନ ଶିବିର ଅନୁଷ୍ଠିତ !!!

