Site icon Awaj Media

ନିଆଁ ଲାଗି ଦୁଇ ବଖରା ଘର ଭସ୍ମୀଭୂତ : ଖୋଲା ଆକାଶ ତଳେ ପରିବାର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଆଜି ସକାଳ ୭ ଘଟିକା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ନୂଆସାହି ତ୍ରୀଲୋଚନ ଭୋଇଙ୍କ ଘରେ ଆକସ୍ମିକ ଭାବରେ ନିଆଁ ଲାଗି, ଦୁଇବଖରା ଘର ପୋଡିଯିବା ସହିତ ସମସ୍ତ ଆସବାବପତ୍ର ସମେତ ଗଛିତ ଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ଦଶପଲ୍ଲା ଅଗ୍ନିଶମ ବାହିନୀ, ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ବାଣୀଗୋଛା ସରପଞ୍ଚ ଶ୍ରୀମତୀ ସସ୍ମିତା ମହାକୁଡ଼ ଘଟଣାସ୍ଥଳରେ ପହଞ୍ଚି, ଅଗ୍ନି ବିପନ୍ନ ପରିବାରକୁ ଆଶ୍ବାସନା ଦେବା ସହିତ, ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ।

Exit mobile version