Site icon Awaj Media

ଅଷ୍ଟପ୍ରହରୀ ନlମଯଜ୍ଞରେ ଦଶପଲ୍ଲା ବିଧାୟକଙ୍କ ଯୋଗଦାନ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : କଇଥପଲ୍ଲୀ ଗ୍ରାମ ଅଷ୍ଟପ୍ରହର ନାମଯଜ୍ଞ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ l ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଞ୍ଚାୟତ ର କଇଥପଲ୍ଲୀ ଗ୍ରାମରେ ଅଷ୍ଟପ୍ରହରୀ ନlମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା l ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ , ସିଙ୍ଗlରପଲ୍ଲୀ ସରପଞ୍ଚ ଗାୟତ୍ରୀ ବେହେରା, ଆଦର୍ଶ କୃଷକ ସୂର୍ଯ୍ୟନାରାୟଣ ସାହୁ, ନୂଆଗାଁ ବ୍ଲକ ବିଜେଡି ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ମୁରଲୀଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଗାଁ ମୁଣ୍ଡରୁ ଶହ ଶହ ଲୋକ ବିଧାୟକ ଙ୍କୁ ସଂକୀର୍ତ୍ତନ ସ୍ଥଳକୁ ବାଜା, ବାଣ ଶୋଭାଯାତ୍ରା କରି ପାଛୋଟି ନେଇଥିଲେ l

 

Exit mobile version