Site icon Awaj Media

ବେଗୁନିଆ ବ୍ଲକ ଯୁବ କଂଗ୍ରେସର ପୂର୍ବତନ ସଭାପତିଙ୍କ ପରଲୋକ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବେଗୁନିଆ ଗ୍ରାମ୍ୟ କମିଟିର କୋଷାଧ୍ୟକ୍ଷ ତଥା ବେଗୁନିଆ ବ୍ଲକ ଯୁବ କଂଗ୍ରେସର ପୂର୍ବତନ ସଭାପତି ଅନନ୍ତ ଚରଣ ସ୍ୱାଇଁ ଙ୍କର ଗତକାଲି ରାତ୍ର ୧୦ ଘଟିକା ସମୟରେ ହୃଦଘାତରେ ପରଲୋକ ଘଟିଛି ! ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା ! ଅନ୍ତିମ ଶଯ୍ୟା ନିକଟରେ ଦୁଇ ପୁତ୍ର ଓ ପୁତ୍ର ବଧୂ , ସହଧର୍ମିଣୀ ସହ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ ! ସେ ଜଣେ ସରଳ, ମିଷ୍ଟଭାଷୀ, ମେଳାପି ମଣିଷ ଥିଲେ ! ସେ ବେଗୁନିଆ ବଜାରରେ ଦୀର୍ଘଦିନ ଲୁଗା ଦୋକାନ କରି ସମସ୍ତଙ୍କ ପାଖରେ ପ୍ରିୟ ପାତ୍ର ଥିଲେ ! ତାଙ୍କର ପାର୍ଥିବ ଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଛି ! ତାଙ୍କ ମୃତ୍ୟୁରେ ବେଗୁନିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି !

Exit mobile version