Site icon Awaj Media

ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ବିଶାଳ ରକ୍ତଦାନ ଶିବିର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଡାକ୍ତରଖାନା ରେ ରକ୍ତର ଅଭାବକୁ ନଜରରେ ରଖି, ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ବାରବାଟୀ ଷ୍ଟାଡିୟମର ଘୋଡ଼ା ଗେଟ୍ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଭାରତର ବିଶିଷ୍ଠ ରାଜନୀତଜ୍ଞ, ପୁର୍ବତନ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ଲୌହ ମହିଳା ଇନ୍ଦିରା ଗାନ୍ଧୀ ଙ୍କ ୩୮ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଇନ୍ଦିରା ଗାନ୍ଧୀଙ୍କୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳୀ ସ୍ବରୂପ ଏହି ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଓ ଶତାଧିକ କଂଗ୍ରେସ କର୍ମୀ ରକ୍ତଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ତଥା ପ୍ରଦେଶ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

Exit mobile version