କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଧବଳେଶ୍ୱର ଝୁଲାପୋଲ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ । ଲାଗୁ ହୋଇଥିବା ୧୪୪ ଧାରା ବଳବତ୍ତର ରହିବ । ଭର୍ଚୁଆଲରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରଶାସନ ର ନିଷ୍ପତ୍ତି କୁ ବିରୋଧ କଲେ ଧବଳେଶ୍ବର ପୂଜକ ସମିତି । ଏଲଇଡ଼ି ସ୍କ୍ରିନ୍ରେ ଧବଳେଶ୍ୱରଙ୍କ ଦର୍ଶନ ! ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା ! ଝୁଲାପୋଲ ନିକଟରେ ବଡ଼ ଏଲଇଡ଼ି ଟିଭିର ବ୍ୟବସ୍ଥା କରାଯିବ , ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁ ମାନେ ଏଲଇଡ଼ି ଟିଭିରେ ଦର୍ଶନ କରିବେ ! ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ ! ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳଙ୍କ ସୂଚନା ! ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱର ରେ ୧୪୪ ଧାରା ଜାରି ହୋଇଛି ! ୧୪୪ ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ! ଅନ୍ୟପକ୍ଷରେ ଭର୍ଚୁଆଲରେ ଦର୍ଶନ ଏବଂ ପୂଜାର୍ଚ୍ଚନା କୁ ଦୃଢ ବିରୋଧ କରିଛି ସେବାୟତ ସମିତି !
ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା !!!

