Site icon Awaj Media

ବିଶିଷ୍ଟ ଆଇନଜୀବି ରାମନାଥ ମିଶ୍ରଙ୍କ ପରଲୋକରେ ଶ୍ରଦ୍ଧାଞ୍ଜଳୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳଖେମୁଣ୍ଡି ସହର ର ବିଶିଷ୍ଟ ଆଇନଜୀବି , ସମାଜସେବୀ, ସଂଗଠକ ତଥା ଜନପ୍ରିୟ ସ୍ୱନାମ ଧନ୍ୟ ବ୍ୟକ୍ତି ବିଶେଷ ରାମନାଥ ମିଶ୍ର ଗତକାଲି ୭୭ ବର୍ଷ ବୟସରେ ହୃଦଘାତରେ ପରଲୋକ ଗମନ କରିଛନ୍ତି । ସ୍ବର୍ଗତ ମିଶ୍ର ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଉତ୍କଳ ସମ୍ବିଳନୀ (ଗଜପତି) ଏବଂ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞଳି ସଭା ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ଭାଗବତ ପାଢ଼ୀ, ଭରତଭୂଷଣ ମହାନ୍ତି, ଆଶାଲତା ପାଣିଗ୍ରାହୀ, ତ୍ରିପତି ପ୍ରସାଦ ପଣ୍ଡା, ବିଷ୍ଣୁ ପ୍ରସାଦ ପଣ୍ଡା, ସୁରେଶ ଦାଶ, ରାମଚନ୍ଦ୍ର ପାଢ଼ୀ, ଜଗଦୀଶ ମହାପାତ୍ର, ନିତ୍ୟାନନ୍ଦ ଚୌଧୁରୀ, ଶାମସୁନ୍ଦର ଗନ୍ତାୟତ, କ୍ୟାପଟେନ ମଲିକାର୍ଜୁନ ପଟନାୟକ ପ୍ରଭୃତି ବ୍ୟକ୍ତି ବିଶେଷ , ଦିବଂଗତ ଆତ୍ମାର ସଦଗତି କାମନା କରିଥିଲେ ।

 

 

Exit mobile version