Site icon Awaj Media

ଅକ୍ଟୋବର ମାସର ଚତୁର୍ଥ ସପ୍ତାହର ଭ୍ରମ୍ୟମାଣ ଆନ୍ତର୍ଜାତିକ ଗ୍ରାମୀଣ ସାଂସ୍କୃତିକ ମହୋତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଆନ୍ତର୍ଜାତିକ ସାଂସ୍କୃତିକ କାର୍ଯ୍ୟକ୍ରମ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପକ୍ଷରୁ ଚଳିତ ଅକ୍ଟୋବର ମାସର ଚତୁଃସାପ୍ତାହିକ ଭ୍ରମ୍ୟମାଣ ଆନ୍ତର୍ଜାତିକ ସାଂସ୍କୃତିକ ମହୋତ୍ସବ ଓଡ଼ିଶାର ଯାଜପୁର, ଦେବଗଡ଼, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି l ଗତ ମାସର ଏହି କାର୍ଯ୍ୟକ୍ରମ ନିରବଛିନ୍ନ ପ୍ରକ୍ରିୟାରେ ୨୮ ଦିନରେ ପହଁଚିଥିଲା l ଏଥିରେ ମାଷ୍ଟର ମିହିର କୁମାର, ବର୍ଷାରାଣୀ ମାଝୀ, ପୂଜାରାଣୀ ବେହୁରିଆ, ନୀଳିମା ମଲ୍ଲିକ, ରାଧିକା ଜେନା, ସାଗରୀକା ପରିଡା, ବୈଶାଖୀ ଜେନା, ଦୀପକ ଜେନା, ସତ୍ୟ ନାରାୟଣ ବେହେରା, ବିଶ୍ୱଜିତ ଦାସ ଆଦି ଯୋଗଦାନ କରିଥିଲେ । ସମସ୍ତ ମଞ୍ଚ ମାନଙ୍କରେ ସଭାକାର୍ଯ୍ୟ ସହ ମହୋତ୍ସବର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମ କ୍ରମଶଃ ପୃଥିବୀର ବିଭିନ୍ନ ଦେଶରେ ଆୟୋଜିତ ହେବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version