Site icon Awaj Media

କନ୍ଦରପୁର ମହାବିଦ୍ୟାଳୟ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅନ୍ତର୍ଗତ କନ୍ଦରପୁର ମହାବିଦ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶିତ ଏବଂ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ରଙ୍କ ପ୍ରାୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନୀତିକୁ ଦୃଢ଼ ଭାବେ ମୁକାବିଲା କରିବା ପାଇଁ ସମସ୍ତ ଅନ୍ତେବାସୀଙ୍କ ସହ ଶପଥ କରାଇଥିଲେ । ଏହି ସ୍ୱତନ୍ତ୍ର ଉତ୍ସବରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଲେଖ ଚନ୍ଦ୍ର ସାହୁ, ଉତ୍ସବର ମୁଖ୍ୟ ସଂଯୋଜକ ପ୍ରାଧ୍ୟାପକ ବିଜୟ କୁମାର ପାତ୍ର, ଜାତୀୟ ସେବା ସଂସ୍ଥାର ସଂଯୋଜକ ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେବ ମଞ୍ଚାସିନ ଥିବା ସ୍ଥଳେ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ବାଳ ସଭା ସଂଯୋଜନା କରିଥିଲେ । ଏଥିରେ ନିରଂଜନ ପରିଡ଼ା, ଏସେ ଚକ୍ରବର୍ତ୍ତୀ, ବୈଦ୍ୟନାଥ ପଣ୍ଡା, ସଂଗ୍ରାମ ବେହେରା ପ୍ରମୁଖ ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Exit mobile version