କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଗୁଜୁରାଟ ଝୁଲା ପୋଲ ଛିଣ୍ଡିବା ପରେ ଏବେ ଓଡ଼ିଶା ସରକାର ସଜାଗ ହୋଇ ଉଠିଛନ୍ତି । କାରଣ ଆଗକୁ ରହିଛି ବଡ ଓଷା । ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଧବଳେଶ୍ୱର ଝୁଲା ପୋଲ । ଗତ କାଲି ଠାରୁ ବନ୍ଦ ରହିଛି ଧବଳେଶ୍ବର ପୀଠରେ ଝୁଲା ପୋଲ । ଏହି ଦୁଇ ଦିନ ଭିତରେ ପୋଲ ଉପରକୁ କାହାକୁ ଛଡା ଯାଉନାହିଁ । ଝୁଲା ପୋଲର ଉଭୟ ପାର୍ଶ୍ୱରେ ରାସ୍ତାକୁ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ । ଯେହେତୁ ଝୁଲା ପୋଲର ସ୍ଥିତି ଭଲ ନାହିଁ । ତାକୁ ନଜରରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଏହା ବ୍ୟତୀତ ଝୁଲା ପୋଲର ସ୍ଥିତିକୁ ନଜରରେ ରଖି ଭର୍ଚୁଆଲରେ ହେବ ବାବା ଧବଳେଶ୍ୱରଙ୍କ ଦର୍ଶନ । ଦୁର୍ବଳ ଝୁଲା ପୋଲ ପାଇଁ ଧବଳେଶ୍ୱରରେ ୧୪୪ ଜାରି ହୋଇଛି । ୧୪୪ ପାଇଁ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଚଳିତବର୍ଷ ଭର୍ଚୁଆଲରେ ହେବ ବାବା ଧବଳେଶ୍ୱରଙ୍କ ଦର୍ଶନ । ଝୁଲା ପୋଲ କାମ ହେଉଥିବାରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଏଥର ପଞ୍ଚୁକ ଏବଂ ବଡ ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା ହୋଇଛି । LED ସ୍କ୍ରିନ୍ରେ ଧବଳେଶ୍ୱରଙ୍କ ଦର୍ଶନ । ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛ । ଝୁଲାପୋଲ ନିକଟରେ ବଡ଼ LED ଟିଭିର ବ୍ୟବସ୍ଥା କରାଯିବ । ଝୁଲାପୋଲ ନିକଟରେ ଶ୍ରଦ୍ଧାଳୁମାନେ LED ଟିଭିରେ ଦର୍ଶନ କରିବେ । ଗଜ ଭୋଗ ଓ ଅନ୍ୟାନ୍ୟ ଶୁଖିଲା ଭୋଗ ଝୁଲା ପୋଲ ନିକଟରେ ମିଳିବ ।ଧବଳେଶ୍ୱରରେ ବୈଠକ ପରେ କଟକ ଜିଲ୍ଲାପାଳଙ୍କ ସୂଚନା ମିଳିଛି । ଏଥିପାଇଁ ଭକ୍ତଙ୍କ ଦର୍ଶନକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଭବାନୀ ଶଙ୍କର ଚଇନି ବଡ ନିଷ୍ପତି ନେଇଛନ୍ତି । ଶ୍ରଦ୍ଧାଳୁ ଏଲଇଡି ମାଧ୍ୟମରେ ବାବାଙ୍କ ଦର୍ଶନ କରିବେ ବୋଲି ଜିଲାପାଳ କହିଛନ୍ତି । ଏ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଧବଳେଶ୍ବର ପୂଜକ ମାନେ ଏହାର ବିରୋଧ କରିବା ସହିତ, ବିଭିନ୍ନ ସ୍ତରରେ ଏହି ନିୟମ ବିରୁଦ୍ଧରେ ସ୍ଵର ଉଥିବାରେ ଲାଗିଛି ! ”ବାହାଘର ଦିନ ବାଇଗଣ ରୁଆ ” ଢଗ ଭଳି, ପୂର୍ବରୁ ଝୁଲା ପୋଲର ସ୍ଥିତି କାହିଁକି ଅନୁଧ୍ୟାନ କରି ସମସ୍ୟାର ସମାଧାନ କରାଗଲା ନାହିଁ ବୋଲି ସାଧାରଣରେ ଉଠୁଛି ପ୍ରଶ୍ନ !! ଝୁଲା ପୋଲର ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ତଥା ପ୍ରଶାସନର ଦାୟିତ୍ବ ଓ ଅବହେଳାକୁ ନେଇ ସାଧାରଣ ଜନତା କରିଛନ୍ତି ପ୍ରଶ୍ନ ?? ଏହା ବ୍ୟତୀତ ଭକ୍ତ ଓ ଭଗବାନ ମିଳନ ପାଇଁ କାହିଁକି କୌଣସି ଡଙ୍ଗାର ବ୍ୟବସ୍ଥା କରାଯାଇ ନାହିଁ ବା କୌଣସି ବିକଳ୍ପ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା !! ପୂର୍ବରୁ ବାଲିଯାତ୍ରାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା ବେଳେ, ଏବେ ଐତିହାସିକ ଶୈବପୀଠ ବାବା ଧବଳେଶ୍ୱର ମନ୍ଦିରରେ ଦର୍ଶନକୁ ନେଇ ଉଠିଥିବା ଅସନ୍ତୋଷ ଆଜି ସବୁଠି ଚର୍ଚ୍ଚାରେ !! ତେବେ ଆଗମୀ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ ଓଷାରେ ପ୍ରଶାସନ ପକ୍ଷରୁ କଣ ନିଷ୍ପତି ନିଆ ଯାଉଛି ଓ କଣ ଏହାର ସମାଧାନ ହେଉଛି, ତାହା ଏବେ ଦେଖିବାକୁ ବାକି ରହିଲା ।

