Site icon Awaj Media

ନିଶ୍ଚିନ୍ତକୋଇଲି ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ଉଦଯାପିତ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷା ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦଯାପିତ ହୋଇଯାଇଛି ! କୋଲଣପୁର ପଞ୍ଚାୟତ କାଶିପୁର ମୁକ୍ତେଶ୍ଵର ବିଦ୍ୟାପୀଠ କୁଳିଆ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରିଣୀ ଲକ୍ଷ୍ୟହୀରା ଲାବଣ୍ୟବତୀ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ଶିଶୁ ମହୋତ୍ସବ ସୁରଭି ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ ଭିତରେ ଥିବା ଅନନ୍ୟ ପ୍ରତିଭାର ପରିପ୍ରକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ରେ ୨୨ କ୍ଲଷ୍ଟର ର ଛାତ୍ରଛାତ୍ରୀ ମାନେ ୧୭ ଟି ବିଭିନ୍ନ ବିଭାଗରେ ଭାଗ ନେଇଥିଲେ। ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଶ୍ରୀ ଜେନା ପୃରସ୍କୁତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଟକ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ ମୁଖ୍ୟବକ୍ତା, ପଞ୍ଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା , ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଜସ୍ମିତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version