Site icon Awaj Media

ଗୟଳବାଙ୍କ ରୁ ୧୪ ଫୁଟ ର ଅଜଗର ଉଦ୍ଧାର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ଜିଲ୍ଲା ବାଙ୍କୀ ର ଗୟଳବାଙ୍କ ଯାରିଆ ଶବର ସାହି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ୧୪ ଫୁଟ ର ଅଜଗର ସାପ ଉଦ୍ଧାର ହୋଇଛି ! ଜଙ୍ଗଲରେ ବଡ଼ ଅଜଗର କୁ ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଆଜି ସକାଳେ ସ୍ନେକ ହେଲ୍ପ ଲାଇନ ର ସଂଯୋଜକ ଲଳିତ ମୋହନ ପଣ୍ଡା, ସଦସ୍ୟ ଅମିତ ସାହୁ ଓ ଦୁର୍ଗାମାଧବ ମହାପାତ୍ର ସେଠାରେ ପହଞ୍ଚି ଏକ ୧୪ ଫୁଟ ର ଅଜଗର ସାପ ଉଦ୍ଧାର କରିଛନ୍ତି । ସୂଚନା ଯୋଗ୍ୟ କିଛିଦିନ ପୂର୍ବେ ଏହି ସ୍ଥାନ ପାଖରେ ଜଣେ ବ୍ୟକ୍ତିଙ୍କୁ ଅଜଗର ସାପ ଗିଳିଦେବାର ଗୁଜବ ହୋଇଥିବା ବେଳେ ଏବେ ବି ସେହି ବ୍ୟକ୍ତି ନିଖୋଜ ଅଛନ୍ତି । ସେଥିପାଇଁ ଗ୍ରାମ ଲୋକ ମାନେ ୧୪ ଫୁଟ ର ବଡ଼ ଅଜଗର ସାପ କୁ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇ ପଡିଛନ୍ତି ! ଭୟ ରେ ସାପ କୁ କିଛି ଲୋକ ମାରିବାକୁ ଯାଉଥିଲା ବେଳେ ସେଠାରେ ସ୍ଥାନୀୟ ବନ କର୍ମଚାରୀ ଜନ୍ମଜୟ ଦେହୁରୀ ଲୋକ ମାନଙ୍କୁ ବୁଝାଇବାରୁ ସାପ ଉଦ୍ଧାର ସମ୍ବବ ହୋଇଥିଲା । ସାପ ଟି କୁ ଉଦ୍ଧାର କଲା ପରେ ବନ କର୍ମଚାରୀ ଙ୍କ ଉପସ୍ଥିତ ରେ ନିକଟସ୍ଥ ଚନ୍ଦକା ଡମପଡା ଅଭୟାରଣ୍ୟ ରେ ଛାଡି ଦିଆ ଯାଇଛି ।

Exit mobile version