Site icon Awaj Media

ରାଧାକ୍ରିଷ୍ଣ ବୈଷୟିକ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଅଭିମୁଖିକରଣ କାର୍ଯ୍ୟକ୍ରମ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ରାଧାକ୍ରିଷ୍ଣ ବୈଷୟିକ ଶିକ୍ଷା ଅନୁଷ୍ଠାନର ଚଳିତ ୨୦୨୨ – ୨୩ ଶିକ୍ଷା ବର୍ଷରେ ନୂତନ ଇଂଜିନିୟରିଂ , ଏମବିଏ ଓ ଏମସିଏ ଛାତ୍ରଛାତ୍ରୀ ମାନଙ୍କୁ ଅଭିମୁଖିକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏଥିରେ ଅନୁଷ୍ଠାନର ଚେୟାରମ୍ୟାନ ବିନୀତ କୁମାର ଗୁପ୍ତା ବିଶେଷ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇ ପାରିବେ ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ୱର ଆଇଆଇଟି ର ଅବସରପ୍ରାପ୍ତ ନିର୍ଦେଶକ ତଥା ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରାଧ୍ୟାପକ ଗୋପାଳ କୃଷ୍ଣ ନାୟକ ମୁଖ୍ୟ ଅତିଥି, ଏସକେୱାଇୱାଇ ରାଇଡ଼ର ଇଲେଟ୍ରିକ ଏଜୁକେଟିଭ ସୁଧାଂଶୁ ଶେଖର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ନଳିନୀକାନ୍ତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା କ୍ୟାପଟେନ ନବୀନ ଚନ୍ଦ୍ର ଶର୍ମା, +2 ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରେବେକା ଭଟାଚାର୍ଯ୍ୟ ଓ ପ୍ରଫେସର ବିମଲ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ । ଶେଷରେ ପ୍ରିନ୍ସପାଲ ଅବଦୁଲ କଲାମ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version