Site icon Awaj Media

“ମୃଗତନ୍ଦ୍ରା”ର ୨୨ ତମ ବାର୍ଷିକ ଉତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚେତନାର ଉର୍ଦ୍ଧରେ ରଚିତ ସାହିତ୍ୟ କାଳଜୟୀ ହେବା ସହ ମାନବୀୟ ମୂଲ୍ୟବୋଧକୁ ପ୍ରତିଷ୍ଠା କରିଥାଏ , “ମୃଗତନ୍ଦ୍ରା” ର ୨୨ ତମ ବାର୍ଷିକ ଉତ୍ସବରେ ବହୁ ବକ୍ତାଙ୍କ ମତ । ଯାଜପୁର ରୋଡ଼ର ସ୍ଥାନୀୟ ହୋଟେଲ ଭୀମସେନ ପାଲେସ ପରିସରରେ ସାହିତ୍ୟ ପତ୍ରିକା “ମୃଗତ୍ରନ୍ଦ୍ରା” ର ୨୨ତମ ବାର୍ଷିକ ଉତ୍ସବ ତଥା ଲୋକାର୍ପଣ ସମାରୋହ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି । ପଣ୍ଡିତ ଡ଼ଃ. ଅକ୍ଷୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମାତୃଶକ୍ତିର ମହତ୍ୱ ଓ ଗୁରୁତ୍ୱ ଉପରେ ଆଲୋଚନା କରିବା ସହ ଚେତନାର ଉର୍ଦ୍ଧରେ ରଚନା କରାଯାଉଥିବା ସାହିତ୍ୟ କାଳଜୟୀ ହେବାସହ ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା କରେ ବୋଲି ମତବ୍ୟକ୍ତ କରିଥିବା , ବେଳେ ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ଘନ ପରିଡା ବର୍ତ୍ତମାନ ସମୟରେ ସାହିତ୍ୟର ସ୍ଥିତି ଉପରେ ଆଲୋଚନା କରି ନୂତନ ପିଢ଼ିଙ୍କୁ ଉନ୍ନତ ମାନର ସାହିତ୍ୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଓଡିଶା ସାହିତ୍ୟ ଏକାଡେମୀର କେନ୍ଦୁଝର ଜିଲ୍ଲା ସଭ୍ୟା କବି ପିନାକୀ ମିଶ୍ର ସଭାରେ ଉଦବୋଧନ ଦେଇ ସାମ୍ପ୍ରତିକ ସମୟରେ କବିତାର ଧାରା ଉପରେ ଆଲୋଚନା କରିଥିଲେ । “ମୃଗତ୍ରନ୍ଦ୍ରା” ର ସମ୍ପାଦିକା ଶ୍ରୀମତୀ ପ୍ରଣତି ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଭାରେ ବିକାଶ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଶିଷ୍ଟ ସାହିତ୍ୟିକା ତଥା ଅଧ୍ୟାପିକା ଡ଼ଃ.ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ସଭା ସଂଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ କବି ସତ୍ୟପ୍ରକାଶ କର, ଉଷା ବେହେରା ଓ ପୁଷ୍ପାଞ୍ଜଳି ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ବ୍ରଜେଶ୍ୱରୀ ସିଂ, ମଧୁସ୍ମିତା ନାୟକ, ସନ୍ଧ୍ୟା ଘଡେଇ, ଶିବାଶିଷ ପାଢ଼ୀ , ହରପ୍ରସାଦ ସୁଆର, ଆଶିଷବଳଙ୍କ ସମେତ ଶତାଧିକ କବି / କବୟିତ୍ରୀ ଯୋଗଦାନ କରି ସ୍ଵରଚିତ କବିତା ପାଠ କରିଥିଲେ। ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଦଶ ଜଣ ପ୍ରତିଭା ଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ସୁଦାମ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version