କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବାଙ୍କୀ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତୀକ୍ଷା ସାହିତ୍ୟ ଓ ସେବା ପ୍ରତିଷ୍ଠାନ ର ଚତୁର୍ଥ ସ୍ବନକ୍ଷତ୍ର ଉତ୍ସବ ଉପଲକ୍ଷେ କଳାପଥର ଧଳାପଥର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରତୀକ୍ଷା ସାହିତ୍ୟ ପତ୍ରିକାର ସଂପାଦକ ସୁବ୍ରତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପାକ ମନୋଜ କୁମାର ମହାପାତ୍ର ଯୋଗଦେଇ ରକ୍ତଦାନ ଶିବିର କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ! କାର୍ଯ୍ୟକ୍ରମ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପ୍ରକୃତିବନ୍ଧୁ ରାଜକିଶୋର ପାଣିଗ୍ରାହୀ , ଶିକ୍ଷାବିତ ବସନ୍ତ କୁମାର ନାୟକ ଏବଂ ଆୱାଜ ମିଡ଼ିଆ ବ୍ୟୁରୋ ଚିଫ ସତ୍ୟବ୍ରତ ଦାଶ ଯୋଗଦେଇ ରକ୍ତଦାନ ମହତ ଦାନର ସଚେତନତା ବାର୍ତ୍ତା ଯୁବସମାଜ ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ଓଡ଼ିଆ ଦୈନିକ ସକାଳ ର ପ୍ରତିନିଧି ଯୋଗେଶ୍ୱର ପଣ୍ତାଙ୍କ ଉଦ୍ୟମରେ ଖୋର୍ଦ୍ଧା ରକ୍ତ ଭଣ୍ତାରର ସହଯୋଗରେ ସ୍ବେଚ୍ଛାସେବୀଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା ।
ଆୟୋଜିତ ଶିବିରରେ ସର୍ବ ପ୍ରଥମେ ବାଙ୍କୀ ନିର୍ବାଚନ ମଣ୍ତଳୀ ଯୁବ କଂଗ୍ରେସର ସଭାପତି ବିଭୁତି ଭୁଷଣ ଦଳସିଂହରାୟ ରକ୍ତଦାନ କରିଥିଲେ । ଗ୍ରାମାଞ୍ଚଳରେ ଏପରି ଏକ କାର୍ଯ୍ୟକୁ ଉତ୍ସାହିତ କରିବାକୁ ଯାଇ ସଂଗଠନ ର ବାର ଜଣ ସଦସ୍ୟ ରକ୍ତଦାନରେ ସାମିଲ ହୋଇଥିଲେ । ପଦ୍ମନାଭ ସ୍ବାଇଁ, ସୁନିଲ୍ ପ୍ରହରାଜ, ତପନ କୁମାର ସ୍ବାଇଁ, ସୋମନାଥ ପ୍ରଧାନ , ତ୍ରିନାଥ ସାମନ୍ତରାୟ, ସତ୍ୟଜିତ ସାହୁ , ମାନସ କୁମାର ସାହୁ, ଅଧ୍ୟାପିକା ମମତା ଜେନା ପ୍ରମୁଖ ରକ୍ତଦାନ କରିଥିଲେ । ପ୍ରତୀକ୍ଷାର ବିଭିନ୍ନ ପ୍ରକାର ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମାନେ ପ୍ରଂଶସା କରିଥିଲେ । ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦଳେଇଙ୍କ ସମେତ ସଂଘର ବହୁ ସାମ୍ବାଦିକ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସାମାଜିକ କର୍ମୀ ସୁବ୍ରତ ପ୍ରଧାନ, ତୃପ୍ତିପ୍ରସାଦ ପଣ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ! ସଂଗଠନ ସଦସ୍ୟା ଜ୍ୟୋର୍ତିମୟୀ ସାମନ୍ତରାୟ , ସୁଶ୍ରୀ ଅଭିଲିପ୍ସା , କୁମାରୀ ଝୁନାରାଣୀ ପ୍ରଧାନ , ସ୍ମୃତିରାଜ ନାୟକ ପ୍ରମୂଖ ରକ୍ତଦାନ ଶିବିରିର ପ୍ରତିଟି କାର୍ଯ୍ୟକୁ ସହଯୋଗ କରିଥିଲେ ।

