Site icon Awaj Media

ଟାଙ୍ଗୀରେ ବିଜ୍ଞାନ ବିଭାଗର ବିଂଶତମ ଭିତ୍ତିସ୍ଥାପନା ଦିବସ – ୨୦୨୨ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୁର୍ଗା ଚରଣ ଚିଲିକା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ଅବସ୍ଥିତ ହଲ୍ ନମ୍ୱର ୨ ରେ ବିଜ୍ଞାନ ବିଭାଗର ବିଂଶତମ ଭିତ୍ତିସ୍ଥାପନା ଦିବସ – ୨୦୨୨ ମହା ସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଶିତାଂଶୁ ଭୂଷଣ ନନ୍ଦଙ୍କ ସଭାପତିତ୍ବ ତଥା ପରିଚାଳନାରେ ସଭା ଆୟୋଜିତ ହୋଇଥିଲା । ବିଜ୍ଞାନ ବିଭାଗର ଉପଦେଷ୍ଟା ଅଧ୍ୟାପକ ଚଣ୍ଡୀ ପ୍ରସାଦ ପଟ୍ଟନାୟକ ଓ ସହ-ଉପଦେଷ୍ଟା ସୂର୍ଯ୍ୟକାନ୍ତ ସାହୁଙ୍କର ଆପ୍ରାଣ ଓ ନିରନ୍ତର ପ୍ରଚେଷ୍ଟା ଫଳରେ ଉତ୍ସବଟି ସମ୍ପନ୍ନ ହୋଇଥିଲା । ଏହି ଅବସରରେ ମୁଖ୍ୟବକ୍ତା ରୂପେ ତୁଷାରକାନ୍ତ ତ୍ରିପାଠୀ ( ଭୂତପୂର୍ବ ଅଧ୍ୟକ୍ଷ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ) , ମୁଖ୍ୟ ଅତିଥି ରୂପେ ରାମଚନ୍ଦ୍ର ମହପାତ୍ର ( ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଖୋର୍ଦ୍ଧା ) ଏବଂ ସୁଶ୍ରୀ ରିଷ୍ଣା ମାନ୍ଧାତା ( ଅଧ୍ୟକ୍ଷ, ଟାଙ୍ଗୀ ବ୍ଲକ), ରଘୁନାଥ ସାହୁ ( ପୂର୍ବତନ ଜି.ବି. ଅଧ୍ୟକ୍ଷ), ନାରାୟଣ ମହାପାତ୍ର ( ପୂର୍ବତନ ବିଚାରକ ଖାଉଟି ଅଦାଲତ, ଖୋର୍ଦ୍ଧା) ଓ ନବ ଚାହଟରାୟ (ପଞ୍ଚାୟତ ସମିତି ସଭ୍ୟ, ଟାଙ୍ଗୀ) ପ୍ରଭୃତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର (ପ୍ରାଣୀ ବିଜ୍ଞାନ ବିଭାଗ) ଓ ଅଧ୍ୟାପକ ବିଶ୍ୱରଂଜନ ଦାସ (ଉଦ୍ଭିଦ ବିଜ୍ଞାନ ବିଭାଗ) ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ଅବସରରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଅନୁଷ୍ଠାନର ଗର୍ବ ଓ ଗୌରବ ପୁରାତନ ଛାତ୍ରୀ ସୁଶ୍ରୀ ଇପ୍‌ସୀତା ବଳିଆରସିଂହଙ୍କୁ ସମ୍ମାନୀତ କରାଯାଇଥିଲା। ସର୍ବଶେଷରେ ଅଧ୍ୟାପିକା ସୁଚିତ୍ରାମୟୀ ଜଗଦ୍ଦେବ (ପଦାର୍ଥ ବିଜ୍ଞାନ ବିଭାଗ) ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version