ଭାପୁର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : ସାରା ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁ ମହୋତ୍ସବ ପାଳନ କରାଯାଇଛି । ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଭାପୁର ବ୍ଲକ ବାଇଗୁଣୀଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଶିଶୁ ସୁରଭି କାର୍ଯ୍ୟକ୍ରମକୁ ବାଇଗୁଣୀଆ ପଞ୍ଚାୟତର ସରପଞ୍ଚ ନିରୁପମା ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ବୈକୁଣ୍ଠ ନାଥ ଦାଶ , ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଧୃବଚରଣ ରାଉତ ଓ ଶ୍ରୀମତୀ ସଞ୍ଜୁଲତା ସାହୁ । ଅପରାହ୍ନ ସମୟରେ ଉଦଯାପନ ଉତ୍ସବରେ ଭାପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଭାପୁର ବିଡିଓ ରଞ୍ଜିତ କୁମାର ମଲ୍ଲିକ , ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ , ବ୍ଲକ ଶିକ୍ଷାଧିକାରୀ ଜୟନ୍ତୀ ସାହୁ , ଅତିରିକ୍ତ ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ , ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ , ସ୍ଥାନୀୟ ସରପଞ୍ଚ ନିରୁପମା ମହାରଣା, ସମିତିସଭ୍ୟା ପ୍ରତିନିଧି ବୈକୁଣ୍ଠ ନାଥ ଦାଶ ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ସୃଜନାତ୍ମକ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନେ ଜୁନିୟର ଓ ସିନିୟର ବର୍ଗରେ ବିତର୍କ , ପ୍ରବନ୍ଧ ,ଚିତ୍ରାଙ୍କନ , କୁଇଜ , ସୃଜନଶୀଳ ଲିଖନ , ବକୃତା , ସଙ୍ଗୀତ ଆଦି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ , କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭାପୁର ବାଲୁଙ୍କେଶ୍ୱର ଦେବ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ଦାଶ ପରିଚାଳନା କରିଥିଲେ । ପ୍ରତିଯୋଗିତା ମାଧ୍ୟମରେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚୟନ କରାଯାଇ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି ।
ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଉଦଯାପିତ !!!

