Site icon Awaj Media

ବାଳ ମୁକୁନ୍ଦ କେନ୍ଦ୍ରରେ ଜଗଦଗୁରୁତ୍ତମ ମହାପରାୟଣ ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱର ପଞ୍ଚମ ଜଗଦଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କ ମହାପରାୟଣ ଦିବସ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଅବସରରେ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଶିଶୁ ମାନେ ପରିଛା ମଠ ବିଜେ ଶ୍ରୀ ରସିକରାଜ ମହାପ୍ରଭୁଙ୍କ ମନ୍ଦିର ବେଢା ନାମ ସଂକୀର୍ତ୍ତନ ସହ ପରିକ୍ରମା କରି ଯଥାରିତୀ ରେ ପାଳନ କରିଛନ୍ତି l ଏଥିରେ ପୁରୋଧା ହରେ ରାମକୃଷ୍ଣ ଚୌଧୁରୀ ପୌରହିତ୍ୟ କରିଥିଲେ l ପ୍ରଥମେ ଦୈନିକ ପ୍ରାର୍ଥନା ପରେ ମହାରାଜଜୀଙ୍କ ଆଳତୀ କରି ଶିଶୁମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏହି ଅବସରରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସମସ୍ତ ଶିଶୁମାନଙ୍କୁ ବାଳ ମୁକୁନ୍ଦ ଖାତା ପ୍ରଦାନ କରି ସେମାନେ ପ୍ରତିଦିନ ନିଜେ ନିଜର ଭଲ କାର୍ଯ୍ୟ ଗୁଡିକ ଲେଖି ପ୍ରତି ରବିବାର ଦିନ ଦେଖାଇବା ପାଇଁ କହିଥିଲେ ଏବଂ କୃପାଳୁ ମହାରାଜଜୀଙ୍କ ତ୍ୟାଗମୟ ଜୀବନୀ ବିଷୟରେ ଆଲୋକପାତ କରିଥିଲେ l

Exit mobile version