Site icon Awaj Media

ଦୁର୍ନୀତି ନିବାରଣ ସଚେତନତା ରାଲି !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ପ୍ରାୟ ୫୦୦ ମିଶନ ଶକ୍ତି ମାଆ ମାନଙ୍କୁ ନେଇ ଏକ ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପୂର୍ବାହ୍ନ ୧୦ ଘଟିକା ସମୟରେ ବାହାରିଥିଲା । ଏହି ରାଲିକୁ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁବାସ ଚନ୍ଦ୍ର ରାୟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାରସାହୁ , ଉପ ଆରକ୍ଷୀ ଅଧୀକ୍ଷକ ( ଦୁର୍ନୀତି ନିବାରଣ ) ଶ୍ରୀକାନ୍ତ ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତାରାଣୀ ପାତ୍ର , ଡି.ପି.ଏମ (ଓ.ଏଲ.ଏମ) ସଂଜୟ କୁମାର ମହାପାତ୍ର, ଡିପିସି ( ମିଶନ ଶକ୍ତି ) ଶ୍ରୀମତୀ ସମିଧା ପାଢ଼ୀ ଯୋଗ ଦେଇଥିଲେ । ରାଲିରେ ଯୋଗ ଦେଇଥିବା ମାଆ ମାନେ ଦୁର୍ନୀତି ନିବାରଣ ଉପରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

Exit mobile version