ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାମେଶ୍ବର ଠାରେ ଚଳିତ ବର୍ଷ ପ୍ରଥମଥର ପାଇଁ ମନ୍ଦାକିନୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବ ପାଇଁ ନଦୀ ପୂଜନ କାର୍ଯ୍ୟକ୍ରମ ହୋଇଛି । ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଦିଲ୍ଲୀପ କୁମାର ଶ୍ରୀଚନ୍ଦନ ନଦୀ ପୂଜନ କରିଛନ୍ତି । ମନ୍ଦାକିନୀ ନଦୀରେ ନର୍ମଦା ଓ ଗଙ୍ଗା ଜଳ ପକାଇ ପବିତ୍ର କରାଯାଇଛି । ସ୍ଥାନୀୟ ମନ୍ଦାକିନୀ ଉତ୍ସବ କମିଟି ଗଠନ କରାଯାଇ ଆଖପାଖ ୨୦ ଖଣ୍ଡ ଗ୍ରାମପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଓ ଯୁବକ ମାନଙ୍କୁ ସାଙ୍ଗ ରେ ଧରି ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହେଵାକୁ ସ୍ଥିର ହୋଇଛି । ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସହିତ ଓଡ଼ିଶାର ବିଶିଷ୍ଠ ସିନେ କଳାକାର ଓ ହଜି ଯାଉଥିବା ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଠାରେ ଚାରୋଟି ବ୍ଲକର ଲୋକ ମାନେ ସାମିଲ ହେବେ ବୋଲି ଜଣାଯାଇଛି ।
ଟାଙ୍ଗୀ ରାମେଶ୍ବର ଠାରେ ମନ୍ଦାକିନୀ ବୋଇତ ବନ୍ଦାଣ ଉତ୍ସବ ନଦୀ ପୂଜନ ପର୍ବ ଅନୁଷ୍ଠିତ !!!

