Site icon Awaj Media

ସାଧବ ସିପିଂ କମ୍ପାନୀ ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବନ୍ଦର ନଗରୀ ରେ ସାଧବ ସିପିଙ୍ଗ କମ୍ପାନୀ ର ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି । ବନ୍ଦର ଭିତରେ ଥିବା ସ୍ଲିପ ୱେ ଠାରେ ଉତ୍କଳୀୟ ବାଣିଜ୍ୟ ପରମ୍ପରା କୁ ଉଜ୍ଜୀବିତ କରିବା ପାଇଁ ନୌବାଣିଜ୍ୟ ର ପ୍ରତୀକ ସ୍ଵରୂପ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧବ ଗୃପ କମ୍ପାନୀର ପ୍ରତିଷ୍ଠାତା ସିଏମଡି କ୍ୟାପଟେନ କମଳକାନ୍ତ ଚୌଧୁରୀ ମୁଖ୍ୟ ଅତିଥି ଭାବେ ସାଧବ ପୁଅ ମାନଙ୍କୁ ପବିତ୍ର କଳସ ପ୍ରଦାନ କରି ପରମ୍ପରା ଅନୁଯାୟୀ ସୁସଜ୍ଜିତ ବୋଇତରେ ନୌବାଣିଜ୍ୟ ଯାତ୍ରା ର ଶୁଭାରମ୍ଭ କରିଥିଲେ । ପରେ ପାରାଦୀପ ଜୟଦେବ ସଦନଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ପୂର୍ବତନ ଉପସରକ୍ଷକ କ୍ୟାପଟେନ୍ ୟୁ ସି ପଟ୍ଟନାୟକ ଯୋଗଦେଇ ସାଧବ ସିପିଂ କମ୍ପାନୀ ସାରାଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ବୋଲି କହିଥିଲେ । ସଂସ୍ଥାର ପାରାଦୀପ ନିର୍ଦ୍ଦେଶକ ଆଭାସ ଚନ୍ଦ୍ର ଚୌଧୁରୀ ଅତିଥି ଙ୍କୁ ସ୍ଵାଗତ କରିବା ସହ ସାଧବ ପ୍ରତିଷ୍ଠା ଦିବସ ସମ୍ପର୍କ ରେ ସୂଚନା ଦେଇଥିଲେ । ଏହି ଉତ୍ସବ ରେ ପୂର୍ବତନ କଷ୍ଟମ ଚିଫ କମିଶନର ସୁବାସ ଚନ୍ଦ୍ର ଚୌଧୁରୀ, ପୂର୍ବତନ ଗୋଆ ପୋର୍ଟ ଚେୟାରମ୍ୟାନ ପ୍ରଭାତ ମହାନ୍ତି, ଶ୍ରଦ୍ଧା ଫାଉଣ୍ଡେସନ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ସାଧନା ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଶ୍ରୀମତୀ ଗୀତା ଚୌଧୁରୀ କବିତା ପାଠ କରି ଥିଲେ । କମ୍ପାନୀର ନିର୍ଦ୍ଦେଶକ ଦେବହୁତି ଚୋଧୁରୀ ଉପସ୍ଥିତ ସମସ୍ତ ଅତିଥି ଓ ଭଦ୍ରବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଦେଇଥିଲେ । କମ୍ପାନୀର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରା ଆଧାରିତ ନାଟକ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା ।

Exit mobile version