Site icon Awaj Media

କେତେ ସୁରକ୍ଷିତ ଏପରି ରାସ୍ତାରେ ଗମନାଗମନ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : କଳାପଥର ଧଳାପଥର ବଜାରର ମୁଖ୍ୟରାସ୍ତା ଠାରୁ କୋଦୁଅବେରେଣୀ ବାଇପାସ୍ ଦେଇ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ରାସ୍ତା ବହୁତ ଖାଲଖମାରେ ପରିପୁର୍ଣ୍ଣ ହୋଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରିବା ସତ୍ବେ କିଛି ସୁଧାର ପରିଲକ୍ଷିତ ହୋଇନାହିଁ ।ପ୍ରତିଦିନ ବାଲି ବୋଝେଇ ହାଇୱା ଯାଆ ଆସ କରିବା ଫଳରେ ହେଉ କିମ୍ବା ନିମ୍ନମାନର କାମ ପାଇଁ ରାସ୍ତାରେ ତିନି ରୁ ଚାରି ଫୁଟ ଗାତ ସାଙ୍ଗକୁ ପିଚୁ ମେଣ୍ଟାଲ କୋଉଥିରେ ନାହିଁ ! ଯଦିଓ କିଛିମାସ ତଳେ ରାସ୍ତାକାମ କରାଯାଇଥିଲା । ସ୍ଥାନୀୟ କଳାପଥର ମହାବିଦ୍ୟାଳୟକୁ ପ୍ରତିଦିନ ଶହ ଶହ ଛାତ୍ର ସାଇକେଲ ନେଇ ସେହି ରାସ୍ତାରେ ଯିବା ଆସିବା କରୁଛନ୍ତି ।ରାସ୍ତାର ଦୁଇ ପାର୍ଶ୍ବରେ ବଡ ବଡ ବ୍ୟବସାୟୀଙ୍କ ଦୋକାନ ଏବଂ ସରକାରୀ କାର୍ଯ୍ୟାଳୟ ରହିଛି । ପ୍ରତି ସପ୍ତାହରେ ଥରେ ଅଧେ ବାଙ୍କୀ , ନୟାଗଡ,ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ତଳୀର ବିଧାୟକ ମାନଙ୍କର ଗାଡି ସେହି ରାସ୍ତାଦେଇ ଗଡୁଛି । ଆଗକୁ ବୈଦେଶ୍ବରସ୍ଥ ସିଂହନାଥ ଏବଂ ବାଘମାରୀର ଅଟ୍ରିରେ ମେଳା ହେବାକୁ ଥିବାବେଳେ ପ୍ରତିଦିନ ପର୍ଯ୍ୟଟକ ମାନଙ୍କର ଦର୍ଶନ ପାଇଁ ଆଗମନ ଘଟୁଛି ଏହି ରାସ୍ତା ଦେଇ । ତଥାପି କାହାର ନଜର ପଡୁନାହିଁ , କାହିଁକି ଏ ରାସ୍ତା ଉପରେ , ତାହା ଏକ ପ୍ରଶ୍ନବାଚୀ । ଗଣମାଧ୍ୟମରେ ଖବର ବାହାରିଲେ ପ୍ରଶାସନ କେବଳ ଡଷ୍ଟ ଛିଂଚି କାମ ସାରି ଦେଉଛି ।

କୋଦୁଅବେରେଣୀ ଛକରେ ଏକ ନିର୍ଦ୍ଧିଷ୍ଟ ବ୍ୟବସାୟୀ ନିଜକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ କଚେରୀ ଯାଇ ସମୁଖ ରାସ୍ତା ମରାମତି କରିବାରେ ବାଧକ ସାଜୁଛନ୍ତି । ଶୁଣାଯାଉଛି ଲାଞ୍ଚ ଦେଇ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ମୁହଁ ବନ୍ଦ କରି, ଠିକାଦାରଙ୍କୁ ନିଜସ୍ବ ଢଙ୍ଗରେ ଦୁର୍ବଳ କାମ କରିବାକୁ ପରୋକ୍ଷରେ ସୂଚନା ଦେଉଛନ୍ତି । ଠଣାପଲ୍ଲୀ, ଧଳାପଥର ଏବଂ କୋଦୁଅବେରେଣୀ ଗ୍ରାମର ହଜାର ହଜାର ଲୋକ ପ୍ରତିଦିନ ଏହି ରାସ୍ତାରେ ନିର୍ଭର କରୁଥିଲେ ମଧ୍ୟ ପଞ୍ଚାୟତ ଜନ ପ୍ରତିନିଧିମାନେ ରାସ୍ତାକୁ ସଜାଡିବାର ନାଁ ଧରୁ ନାହାନ୍ତି । ରାସ୍ତାରେ ଗାଡିଟିଏ ଅତିକ୍ରମ କଲେ , ଯେତିକି ଧୂଳି ଉଡୁଛି ତାହାର ପ୍ରଭାବରେ ଅଳ୍ପଦିନରେ ସମସ୍ତଙ୍କୁ ଜକ୍ଷ୍ମା ରୋଗର ଭୟ ନିଶ୍ଚିନ୍ତ ଗ୍ରାସ କରିବ । ଏଠି ସମସ୍ତେ ଦେଖୁଛନ୍ତି , କଷ୍ଟକୁ ଅନୁଭବ କରୁଛନ୍ତି । କିନ୍ତୁ ପ୍ରତିବାଦର ସ୍ବର ନାହିଁ । ଆମେ ସଚେତନ ଗଣମାଧ୍ୟମ ହିସାବରେ ସରକାର ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ଖବର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରି କୋଦୁଅବେରେଣୀ ଛକର ରାସ୍ତାର ସଠିକ୍ ଏବଂ ସ୍ଥାୟୀ ଉନ୍ନତ କାମଟିଏ ଯଥାଶିଘ୍ର ହେବାର ଆଶା ରଖୁଛୁ ।

Exit mobile version