Site icon Awaj Media

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ମିଳିଲା B++ ମାନ୍ୟତା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଶିକ୍ଷା ଓ ଶୈଖିକ ବାତାବରଣର ବିକାଶ ପରେ ନାକ୍ ଟିମ୍ ଦ୍ବାରା ଯାଞ୍ଚ ପ୍ରକିୟାର ଫଳାଫଳପରେ ଛାତ୍ରଛାତ୍ରୀ, ଅଭିଭାବକ, ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି । କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ନାକ୍ ଟିମ୍ ଦୁଇ ଦିନିଆ ଗସ୍ତରେ ଆସିଥିଲେ । ମହାବିଦ୍ୟାଳୟର ଭିତ୍ତିଭୂମି , ଶିକ୍ଷା ବ୍ୟବସ୍ଥା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ‘ B++ ‘ ମାନ୍ୟତା ଦେଇଛନ୍ତି । ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବରୁ ‘ B+ ‘ ଗ୍ରେଡରେ ରହିଥିବା ବେଳେ ଏବେ ଏହି ମାନ୍ୟତାରେ ଅଭିବୃଦ୍ଧି ଘଟିଥିବା ସୂଚନା ମିଳିଛି । ୨୦୨୭ ମସିହା ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟ ଆକ୍ରିଡେସନ୍ ଭାଲିଡ଼ ପ୍ରାପ୍ତି ହୋଇଥିବା ଜଣାପଡିଛି ।

Exit mobile version