ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ତରଫରୁ ମାଣ୍ଡିଆ ଦିବସ ପାଳନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ କୃଷି ବିଭାଗ ତରଫରୁ ଦିଆ ଯାଇଥିବା ଆହ୍ୱାନରେ ସାରା ରାଜ୍ୟରେ ଆଜି ମାଣ୍ଡିଆ ଦିବସ ପାଳନ କରାଯାଇଛି । ଅତ୍ୟାଧୁନିକ ଜୀବନ ଶୈଳୀରେ ଆମର ଖାଦ୍ୟ ପ୍ରଣାଳୀରେ ଦେଖା ଯାଇଥିବା ଗୁରୁତର ବିଭ୍ରାଟ ଯୋଗୁ ବିଶ୍ୱର ଅଧିକାଂଶ ମଣିଷ ବ୍ୟାପକ ପୁଷ୍ଟି ହୀନତାର ଶିକାର ହେଉଛନ୍ତି । ଏହାର ନିରାକରଣ ପାଇଁ ସାରା ବିଶ୍ୱରେ ଗତ କିଛି ବର୍ଷ ମଧ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆ ଯାଉଛି । ମିଳିତ ଜାତିସଂଘ ଆସନ୍ତା ୨୦୨୩ କୁ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ମଧ୍ୟ ଓଡ଼ିଶାରେ ପାରମ୍ପରିକ ଭାବେ ଉତ୍ପାଦିତ ପୃଷ୍ଟି ଯୁକ୍ତ ଶସ୍ଯ ମାଣ୍ଡିଆକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।
ଏହି ଦିଗରେ କୃଷି ବିଭାଗର ପ୍ରମୁଖ ସଚିବ ଡ଼. ଅରବିନ୍ଦ ପାଢ଼ୀ ଧନ୍ୟବାଦର ପାତ୍ର । ମାଣ୍ଡିଆ ଚାଷ ଏବଂ ଏହାର ଉତ୍ପାଦକୁ ବଜାରୀ କରଣ ଓ ଲୋକଭିମୁଖୀ କରିବା ଦିଗରେ ରାଜ୍ୟ ସରକାରଙ୍କ ଭୁମିକା ମଧ୍ୟ ବେଶ ପ୍ରଶଂସନୀୟ । ଆଜି ମାଣ୍ଡିଆ ଦିବସ ପାଳନ ଅବସରରେ ଜନମଙ୍ଗଳ ପରିଷଦ ତରଫରୁ ଲୋୟର ପିଏମଜି କ୍ୟାମ୍ପ ଠାରେ ମାଣ୍ଡିଆ ରନ୍ଧାଯାଇ ଲୋକ ମାନଙ୍କୁ ବଣ୍ଟନ କରାଯାଇଥିଲା । ଜନମଙ୍ଗଳ ପରିଷଦର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ୱବଧାନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ , ସୁକାନ୍ତ ମହାନ୍ତି , ମନୋରଞ୍ଜନ ପଣ୍ଡା , ୠତୁରାଜ ପଟ୍ଟନାୟକ , ଦୀନବନ୍ଧୁ ଷଡ଼ଙ୍ଗୀ , ସିମାଦ୍ରୀ ଶେଖର ସାହାଣି , ଜୟପ୍ରଦା ସାମନ୍ତରାୟ , ମିଲନ୍ ପ୍ରଧାନ , ଲିମା ସାହୁ , ତପନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ଜନସଚେତନତା ମାଧ୍ୟମରେ ମାଣ୍ଡିଆକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ କିପରି ପହଞ୍ଚା ଯାଇପାରିବ ସେ ବିଷୟରେ ମତ ଦେଇଥିଲେ ।

