Site icon Awaj Media

ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ବଜ଼ାର ଠାରେ ଥିବା ସାଇ ଶ୍ରୀୟାଂସୁ ମଣ୍ଡପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଜେପି ନେତା ତେଜେଶ୍ଵର ପରିଡା, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା , ଦାନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୁ ପଣ୍ଡା, ଚାନ୍ଦୋଳ ସରପଞ୍ଚ ସୁରେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅପରପଟେ ବିଜେପି ପକ୍ଷରୁ ଚାନ୍ଦୋଳ ଅଞ୍ଚଳରେ ଫାୟାର ଷ୍ଟେସନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି, ଚାନ୍ଦୋଳ ବଜ଼ାରରେ ନୂତନ ଥାନା ପ୍ରତିଷ୍ଠା ଦାବି କରିବା ସହ ଶାସକ ଦଳ ଆକ୍ରୋଶ ମୂଳକ ଭାବେ ରାଜନୀତି କରିବା ଛାଡୁ ନଚେତ ଆଗାମୀ ଦିନରେ ଜନ ଆନ୍ଦୋଳନ ସମେତ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି ବିଜେପି ନେତା ତେଜେଶ୍ୱର ପରିଡା ।

Exit mobile version