Site icon Awaj Media

ଓଡ଼ଗାଁରେ ବିଶାଳ ଜନସମ୍ପର୍କ ପଦଯାତ୍ରା : ଆଗାମୀ ନିର୍ବାଚନ ପାଇଁ ଆହ୍ଵାନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀ ଓଡ଼ଗାଁ ବ୍ଲକର ୧୮ ଟି ପଞ୍ଚାୟତକୁ ନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ବିକାଶର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପଦଯାତ୍ରାରେ ନୟାଗଡ଼ ଜିଲ୍ଲାର ୩ ଜଣ ବିଧାୟକ ଯୋଗ ଦେଇଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ଖଣ୍ଡପଡ଼ା ବିଧାୟକ ସୈାମ୍ୟ ରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭାପତି ଦେବାଶିଷ ପଟ୍ଟନାୟକ ଯୋଗଦେଇ ପଦଯାତ୍ରାରେ ସାମିଲ ହୋଇଛନ୍ତି । ରଘୁନାଥ ମନ୍ଦିର ଠାରୁ ପଦଯାତ୍ରା ବାହାରି ହାଇସ୍କୁଲ ଖେଳ ପଡ଼ିଆଠାରେ ପହଞ୍ଚିଥିଲା । ପଦଯାତ୍ରା ମହିଳା ସଶକ୍ତିକରଣର ନାରା ଦେଇଛି । ବହୁ ସଂଖ୍ୟାରେ ମହିଳା ପଦଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର ହୋଇଥିବାର ପ୍ରମାଣ ଦେଇଛନ୍ତି ।

ଏହି ଅବସରରେ ହାଇସ୍କୃଲ ଖେଳ ପଡ଼ିଆଠାରେ ଆୟୋଜିତ ସମାବେଶରେ ନୟାଗଡ଼ ବିଧାୟକ ଡ. ସାହୁ ଶାନ୍ତି ପାଇଁ ବିକାଶ, ମହା ବିକାଶରେ ପରିଣତ ହୋଇଛି ବୋଲି କହିଥିଲେ । ଦାୟିତ୍ଵ କ୍ଷମତାରେ ପରିଣତ ନହେବା ମୋ ପାଇଁ ସାଧନା ବୋଲି କହିଥିଲେ। କ୍ଷମତା ନୁହେଁ ଦାୟିତ୍ଵ ମନବୃତ୍ତି ନେଇ କାମ କରିବାକୁ ନେତୃ ମଣ୍ଡଳୀକୁ ପରାମର୍ଶ ଦେଇଥିଲେ। ନବୀନଙ୍କ ଶାନ୍ତ, ସରଳ ଓ ନମ୍ର ସ୍ୱଭାବ ପାଇଁ ୨୫ ବର୍ଷ ଧରି ଓଡିଶାବାସୀଙ୍କ ପାଖରେ ଲୋକପ୍ରିୟ ବୋଲି କହିଥିଲେ । ସେହିଭଳି ଭାବେ ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ଜୟ ଜଗନ୍ନାଥ ଓ ଜୟ ରଘୁନାଥରୁ ଆରମ୍ଭ କରିଥିଲେ। ବିଜୁ ଜନତା ଦଳ ଏକ ସାମୁହିକ ଆନ୍ଦୋଳନ ବୋଲି ସ୍ଳୋଗାନକୁ ବ୍ୟାଖ୍ୟା କରିଥିଲେ । ଭାରତର ନେତୃତ୍ଵ ଓଡ଼ିଶା ନେବା ଆବଶ୍ୟକ ବୋଲି କହିଥିଲେ । ଭାରତକୁ ଯେଉଁ ବେମାରୀ ହୋଇଛି, ତାହାର ଔଷଧ ଓଡ଼ିଶା ପାଖରେ ରହିଛି । ଧର୍ମ, ଜାତିକୁ ନେଇ ବିବାଦ କରିବା ନାହିଁ ବୋଲି କହିଥିଲେ। ଓଡ଼ିଶା ଭାରତର ନେତୃତ୍ଵ ନେଲେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ଆଶା ସଫଳ ହେବ ବୋଲି କହିଥିଲେ । ମହାମାରୀ ଓ ଅନାହାର ମୃତ୍ୟୁ ବିରୁଦ୍ଧରେ ଲଢ଼ି ସଫଳତା ମିଳିଥିବା କହିଥିଲେ । ପଞ୍ଚାୟତ ବ୍ୟବସ୍ଥାରେ ୬୨ ପ୍ରତିଶତ ମହିଳା ନେତୃତ୍ଵରେ ରହିଥିବା କହିଥିଲେ। ୫ ଏମ ଫର୍ମୁଲା ବିଷୟରେ କହିଥିଲେ। ଯଥା ମାଆ, ମାଟି, ମାତୃଭାଷା, ମୋବାଇଲକୁ ଆପଣାର କରିବାକୁ କହିଥିବା ବେଳେ ମଦ ଠାରୁ ଦୂରେଇ ରହିବାକୁ କହିଥିଲେ । ସେହିଭଳି ଭାବେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଜନ ସମ୍ପର୍କ ପଦଯାତ୍ରା ଆଜି ଜନ ସମୁଦ୍ରରେ ପରିଣତ ହୋଇଛି ବୋଲି କହିଥିଲେ । ଓଡ଼ଗାଁର ଜେଏମଏଫସି କୋର୍ଟ ସାରା ଓଡ଼ିଶା ପାଇଁ ଉଦାହରଣ ପାଲଟିଲା ବୋଲି କହିଛନ୍ତି । ନୟାଗଡ ବିକାଶ ଶୀର୍ଷରେ ପହଞ୍ଚିଛି । ଏଣୁ ନୟାଗଡ଼ ବିଜୁ ଜନତା ଦଳର ଗଡ଼ ଭାବେ ପରିଚିତ ହୋଇଛି ବୋଲି କହିଛନ୍ତି । ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ସଶକ୍ତ, ଶୃଙ୍ଖଳିତ ବୋଲି କହିଥିଲେ । ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପଦଯାତ୍ରାରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲ୍ଲୀ ପ୍ରଧାନ, ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ଜିଲ୍ଲା ବିଜେଡ଼ି ଉପସଭାପତି ନିତ୍ୟାନନ୍ଦ ପ୍ରଧାନ, ଯୁବ ନେତା ବିଭୁ ପ୍ରସାଦ ସାହୁ, ଯୁବ ବିଜେଡି ସଭାପତି ମାନସ କୁମାର ସାହୁ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସହ ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ ।

Exit mobile version