Site icon Awaj Media

ରାଧା କୃଷ୍ଣଙ୍କର ଅପୂର୍ବ ମିଳନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତରତ ଶାସନ ପଞ୍ଚାୟତ ଦାମୋଦରପୁର ହରପାର୍ବତୀ ଯୁବକ ସଂଘ ପକ୍ଷରୁ ରାହାସ ଉତ୍ସବ ମହାସମାରୋହରେ ସାତ ଦିନ ବ୍ୟାପି ଅନୁଷ୍ଠିତ ହେଉଛି । ରାହାସ ପୂର୍ଣିମା ଦିନ ଲୁଣା ନଦୀ ରୁ କଳସ ଶୋଭାଯାତ୍ରା ରେ ଜଳ ଅଣାଯାଇ ରାଧାକୃଷ୍ଣ ଙ୍କ ଯୁଗଳ ମୂର୍ତ୍ତି ଙ୍କୁ ଯଥା ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା ! ସକାଳେ ବାଳ ଭୋଗ, ମଧ୍ୟାହ୍ନ ରେ ଅନ୍ନ ପ୍ରସାଦ ନିତି, ସଂଧ୍ୟାରେ ଆଳତୀ ଧୂପ ନିତି କରାଯାଇଥାଏ । ପ୍ରତ୍ୟେକ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଥାଏ । ସାତଦିନ ବ୍ୟାପି ପ୍ରଭୁ ଙ୍କ ନିକଟରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଏହି ଅନୁଷ୍ଠାନ ଦୀର୍ଘ ତିରିଶ ବର୍ଷ ହେବ ରାହାସ ପୂର୍ଣିମା ତିଥିରେ ଏହି ରାହାସ ଉତ୍ସବ ପାଳନ କରିଆସୁଛନ୍ତି । ଅନୁଷ୍ଠାନ ସଭ୍ୟ ଚିତ୍ତରଞ୍ଜନ ଦାସ ଏବଂ ଦାମୋଦରପୁର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।

Exit mobile version