Site icon Awaj Media

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ । ସାଧବ ସିପିଙ୍ଗ କମ୍ପାନୀ ର ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି । ମୁମ୍ବାଇ ବନ୍ଦର ଭିତରେ ଥିବା ଡୋମେଷ୍ଟିକ କୃସ ଟର୍ମିନାଲ ଠାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଦ୍ଜିବିତ କରିବା ପାଇଁ ଏହାର ପ୍ରତୀକ ସ୍ଵରୂପ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧବ ଗୃପ କମ୍ପାନୀର ପ୍ରତିଷ୍ଠାତା ସିଏମଡି କ୍ୟାପଟେନ କମଳକାନ୍ତ ଚୌଧୁରୀ ସାଧବ ପୁଅ ମାନଙ୍କୁ ପବିତ୍ର କଳସ ପ୍ରଦାନ କରି ପରମ୍ପରା ଅନୁଯାୟୀ ସୁସଜ୍ଜିତ ବୋଇତରେ ନୌବାଣିଜ୍ୟ ଯାତ୍ରାର ଶୁଭ ଆରମ୍ଭ କରିଥିଲେ । ଏବଂ ବେଦ ପାଠ କରିଥିଲେ ପ୍ରସନ୍ନ କୁମାର ମିଶ୍ର ପରେ ବାଲାର୍ଡ ପିଅର ସ୍ଥିତ ଗ୍ରାଣ୍ଡ ହୋଟେଲ ଠାରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ମୁମ୍ବାଇ ପୋର୍ଟ ଡେପୁଟି କଞ୍ଜରଭେଟର କ୍ୟାପଟେନ୍ ଭବତୋଷ ଚାନ୍ଦ,ମାଙ୍ଗଲୋର ପୋର୍ଟର ଡେପୁଟି କଞ୍ଜରଭେଟର ଏସ. ଆର. ପଟ୍ଟନାୟକ, ଜବାହରଲାଲ ନେହେରୁ ପୋର୍ଟର ଡେପୁଟି କଞ୍ଜରଭେଟର ବାଲାସାହେବ ପାୱାର ଯୋଗଦେଇଥିଲେ । ସାଧବ ଗ୍ରୁପ୍ର ନିର୍ଦ୍ଦେଶକ ବେଦାନ୍ତ ଚୌଧୁରୀ ଅତିଥିଙ୍କୁ ସ୍ଵାଗତ କରିବା ସହ ସାଧବ ପ୍ରତିଷ୍ଠା ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ମୁମ୍ବାଇ ଓଡ଼ିଆ ଆସୋସିଏସନ୍ର ଚେୟାରମେନ ଡ. ବିପିନ୍ ବିହାରୀ ମିଶ୍ର,ଶ୍ରଦ୍ଧା ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ସାଧନା ଚୌଧୁରୀ, କ୍ୟାପଟେନ କରକରେ,କ୍ୟାପଟେନ ଓକ,କ୍ୟାପଟେନ ହରିଶ ପିଲାଇ, ,କ୍ୟାପଟେନ ସିନ୍ଦେ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଶେଷରେ ସାଧବ ଗ୍ରୁପ୍ କମ୍ପାନୀର ନିର୍ଦେଶକ ଦେବହୁତି ଚୋଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version