Site icon Awaj Media

ଅଭ୍ୟାସ ଟେକ୍ନୋ ସ୍କୁଲ ରେ ଶିଶୁ ଦିବସ ପାଳିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଚାଚା ନେହେରୁଙ୍କ ଜନ୍ମଦିନରେ ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲ ରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ସେହି ସ୍କୁଲ ର ସେକ୍ରେଟେରୀ ଲାଡି ତୁକାରାମ୍ , ପ୍ରିନ୍ସିପାଲ ଶ୍ରୀମତୀ ଚନ୍ଦ୍ରକାନ୍ତି ପଟ୍ଟନାୟକ , ଏଓ ପ୍ରମୋଦ କୁମାର ନାୟକ, ଭାଇସ ପ୍ରିନ୍ସିପାଲ୍ ମନିଷା ପରିଛା , ଶ୍ରୀମତୀ ସଂଗୀତା ଦାସ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ପ୍ରଦୀପ ପ୍ରଜ୍ବଳନ, ଶିଶୁ ପୂଜନ ଓ ଶିଶୁ ଙ୍କୁ ଆଳତି ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା ମୁଁ ଶିଶୁଟିଏ କବିତା ମାଧ୍ୟମରେ ଶିଶୁ ମାନଙ୍କ ପ୍ରତି ଶିକ୍ଷକ ମାନଙ୍କ ଦାୟିତ୍ୱ କୁ ଜଣାଇ ଦେଇଥିଲେ ! ରାଜେନ୍ଦ୍ର ବେହେରା , ଭବାନୀ ପଣ୍ଡା , ବସନ୍ତ କାଡରାକା , ସନ୍ତୋଷ ଦାସ ଗୀତ ପରିବେଷଣ କରିଥିଲେ ଏବଂ ମନ୍ମଥ ଲିମା , ପ୍ରମୋଦ ନାୟକ ଡ୍ରାମା ପରିବେଷଣ କରିବା ସହ ମନିଷା ପରିଛା , ସ୍ନେହା , ନିଳୀମା ସାମନ୍ତ ରାୟ , ଶ୍ରାବଣୀ ଗୌଡ଼ ନୃତ୍ୟ ପରିବେଷଣ କରି ଶିଶୁଙ୍କ ମନରେ ଅନେକ ଆନନ୍ଦ ଭରି ଦେଇଥିଲେ । ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଭବାନୀ ରାଜୁ, କବିତା ଦାସ, ଅନିତା ପାଢ଼ୀ , ନକ୍ଷତ୍ର ମାଲା ଦାସ, କିରଣମୟୀ, ସନ୍ତୋଷୀ ପଣ୍ଡା, ରିନା ଦାସଙ୍କ ସାହାଯ୍ୟ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ପରି ନାଚ ଗୀତ , ଡ୍ରାମା ପରିବେଷଣ କରି ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରି କାର୍ଯ୍ୟକ୍ରମ କୁ ଆଗକୁ ବଢାଇଥିଲେ । ପିଲାଙ୍କ ପାଇଁ ବିଭିନ୍ନ ଖେଳ ସହ ସବୁ ପିଲାଙ୍କୁ ଭୋଜନର ମଧ୍ୟ ଆୟୋଜନ ହୋଇଥିଲା । ଶିଶୁ ମାନେ ବହୁତ ଆନନ୍ଦ ର ସହ ଏହି ଶିଶୁ ଦିବସ କୁ ପାଳନ କରିଥିଲେ ।

Exit mobile version