Site icon Awaj Media

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ତମ ଶୁଭ ଜନ୍ମ ମହୋତ୍ସବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୫ ତମ ଶୁଭ ଜନ୍ମ ମହୋତ୍ସବ ଓ ବାଣପୁର ସତସଙ୍ଗ ବିହାର ର ୩ ୟ ଉଦବୋଧନ ଦିବସ ପାଳିତ ହୋଇଯାଇଛି ! ସତସଙ୍ଗ ବିହାର ସହ ପ୍ରତି ଋତିକ୍ ପୁରୁଷୋତ୍ତମ ପାଲଟାସିଂହ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଓ ସତସଙ୍ଗର ବରିଷ୍ଠ ସହପ୍ରତି ଋତିକ୍ ଡା, ତ୍ରିନାଥ ମ଼ହାରଣାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ରାହ୍ମ ମୁହୁର୍ତରେ ବେଦ ମାଙ୍ଗଳିକ, ଉଷା କିର୍ତନ ପ୍ରାତଃ ବିନତି ଦିନ ୧୧,.୩୦ମିନିଟରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା ସଙ୍ଗିତାଞ୍ଜଳୀରେ ସତସଙ୍ଗ ବିହାରର ଯାଜକ କର୍ମୀ ମହେଶ୍ୱର ଜେନା, ପ୍ରକାଶ ଚନ୍ଦ୍ର ଦାସ, ଗୋଲଖ ଘଡେଇ, କିର୍ତନ ପରିବେଷଣ କରିଥିଲେ ସୁମନ କୁମାର ପୃଷ୍ଟି ଓ ଗଞ୍ଜାମରୁ ଆଗତ ଗୁରୁଭାଇ । ପ୍ରାରମ୍ଭିକ ଆଲୋଚନା କରିଥିଲେ ଶ୍ରୀଯୁକ୍ତ ତ୍ରିନାଥ ହୋତା, ଧର୍ମ ଯାଜକ କର୍ମୀ, ଆଲୋଚନା କରିଥିଲେ ଅବସର ପ୍ରାପ୍ତ ଏ ଏସ୍ ପି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଘୋଷ ଦା, ସତସଙ୍ଗରେ ଉପସ୍ଥିତଥିଲେ ବାଣପୁର ଏନ ଏସିର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ମିଟୁ ନାୟକ, ଶ୍ରୀଯୁକ୍ତ ଡା ପ୍ରଭାଷ ଚନ୍ଦ୍ର ସୁବୁଦ୍ଧି ଇଂ ପ୍ରଭାକର ମହାରଣା ଶ୍ରୀଯୁକ୍ତ ଗତିକୃଷ୍ଣ ଉତରକବାଟ ସହପ୍ରତି ଋତ୍ୱକ , କଣ୍ଡୁରୀ ଚରଣ ପ୍ରଧାନ, କଣ୍ଡୁରୀ ଚମ୍ପତି ସହପ୍ରତି ଋତ୍ୱିକ, ରମେଶ ମିଶ୍ର ଯାଜକ, ବୈଦ୍ୟନାଥ ସାହୁ ଅଧୁର୍ଯ୍ୟ କର୍ମୀ, ଡମ୍ୱରୁଧର ସାମନ୍ତରା ଅଧୁର୍ଯ୍ୟ କର୍ମୀ ପବିତ୍ର ଉତରକବାଟ ଯାଜକ କର୍ମୀ, ଭିକାରୀ ପାତ୍ର ସହ ପ୍ରତି ଋତ୍ୱିକ ପ୍ରବୋଧ କୁମାର ବିଶ୍ୱାଳ ଅଧୁର୍ଯ୍ୟ କର୍ମୀ ଓ ବହୁ ସ୍ୱସ୍ତୟନି ଓ ବାଣପୁର ବାଲୁଗାଁ, ଟାଙ୍ଗୀ ଚାନ୍ଦପୁର ନାଚୁଣୀ ଗମ୍ଭାରୀମୁଣ୍ଡା ଗଞ୍ଜାମ ଅଂଚଳର ହଜାର ହଜାର ଗୁରୁଭାଇ ଓ ମା ଉପସ୍ଥିତ ଥିଲେଓ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ !

Exit mobile version