Site icon Awaj Media

ବାଣପୁରରେ ତାଲୁକା ଆଇନସେବା ସମ୍ପର୍କରେ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମାତୃନୀଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ପରିସରରେ ତାଲୁକା ଆଇନସେବା ଓ ଶିଶୁ ଦିବସ କାର୍ଯ୍ୟକ୍ରମ ଆଇନଜୀବି ଶେଶଦେବ ମହାରଣାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଣପୁର ତାଲୁକା ଆଇନସେବାର ଅଧ୍ୟକ୍ଷ ତଥା ବରିଷ୍ଠ ଦେଓ୍ବାନୀ ବିଚାରପତି ମନୋରଞ୍ଜନ ମିଶ୍ର , ସମ୍ମାନିତ ଅତିଥିଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗର ବିଚାରପତି ଶ୍ରୀମତୀ ସ୍ନାତକୀ ଦାଶ , ବରିଷ୍ଠ ଆଇନଜୀବି ତଥା ବାଣପୁର ଓକିଲ ସଙ୍ଘର ପୂର୍ବତନ ସଭାପତି ଗାୈରୀ ଶଙ୍କର ଷଡଙ୍ଗୀ , ଆଇନଜୀବି ବିପ୍ଳବ କୁମାର ମୁଦୁଲି ପ୍ରମୁଖ ଯୋଗଦେଇ, ଦେଶ ଗଠନରେ ଶିଶୁ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସଭା ପ୍ରାରମ୍ଭରେ ଶିକ୍ଷୟତ୍ରୀ ପ୍ରଣତୀ ମହାରଣା ଓ ଅରୋଜ୍ୟୋତି ଦାସ ମାତୃ ସଂଙ୍ଗୀତ ଗାନକରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଦେଶ ମାତୃକା ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ପ୍ରତିଭାଧାରୀ ଛାତ୍ର ଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଣପୁର ଓକିଲ ସଂଘର ଆଇନଜୀବି ଅଜିତ କୁମାର ବାରିକ , ଏସ୍ ଜୟକିଷାନଙ୍କ ସମେତ ଶିକ୍ଷକ , ଶିକ୍ଷୟତ୍ରୀ ଓ ବୁଦ୍ଧିଜୀବି ମାନେ ଉପସ୍ତିତ ରହି କାର୍ଯ୍ୟକ୍ରମକୁ ଉତ୍ସାହିତ କରିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାସ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ଶେଷରେ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version